ହୃଦଘାତରେ ତହସିଲ କର୍ମଚାରୀଙ୍କ ପରଲୋକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)ଦିଗପହଣ୍ଡି ତହସିଲ କାର୍ଯ୍ଯାଳୟ କର୍ମଚାରୀ ମମତାରାଣୀ ନାୟକଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡରିଗୁଡା ଗ୍ରାମ ବାସଭବନରେ ମଙ୍ଗଳବାର ରାତିରେ ତାଙ୍କ ମୃତ୍ୟୁ ଘଟିଛି।ସେ ୨୦୨୪ ରେ ଆଉଟ୍ ସୋର୍ସିଂ କର୍ମଚାରୀ ଭାବେ ଦିଗପହଣ୍ଡି ତହସିଲ କାର୍ଯ୍ଯାଳୟରେ ନିଯୁକ୍ତ ହୋଇଥିଲେ।ଜଣେ ସମୟାନୁବର୍ତ୍ତୀ, ଦକ୍ଷ ଏବଂ ମେଳାପୀ ସ୍ବଭାବର ହୋଇଥିବାରୁ ସେ ଅନ୍ୟ ସମସ୍ତ କର୍ମଚାରୀଙ୍କ ପ୍ରିୟପାତ୍ର ଥିଲେ।ବୁଧବାର  ପରଲୋକ ଖବର ପାଇବା ପରେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ମୃତା କର୍ମଚାରୀଙ୍କ ବାସଭବନରେ ପହଞ୍ଚି ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ।ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ