ଶିବ ନାରାୟଣ ସାହିତ୍ୟ ସଂସଦର ଦ୍ୱାଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ହାଟଡ଼ିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିବନାରାୟଣ ସାହିତ୍ଯ ସଂସଦ ,ଇଞ୍ଚୋଳ ର ଦ୍ୱାଦଶତମ ବାର୍ଷିକୋତ୍ସବ ଇଞ୍ଚୋଳ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଭବ୍ୟ ଓ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଗ୍ରାମାଞ୍ଚଳ ରେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା ସାହିତ୍ୟର ଅବିବୃଦ୍ଧି ପାଇଁ ସାହିତ୍ୟ ସଂସଦ ଗୁଡ଼ିକ ସଂକଳ୍ପ ବଦ୍ଧ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପାଲା ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ସାହିତ୍ୟ ହେଉଛି ଦୁନିଆର ଦର୍ପଣ। ତେଣୁ ଯୁବ ପିଢିମାନେ ସାହିତ୍ଯ ମନସ୍କ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଜଗନ୍ନାଥ ପାତ୍ର, ଅବସରପ୍ରାପ୍ତ ବିଇଓ ଶରତ ରାଉତ, ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଗ୍ରାମୀଣ ସଭ୍ୟତାରେ ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇବା ନିମନ୍ତେ ଆହ୍ବାନ ସୃଷ୍ଟି ହୋଇଛି, ଏହାର ମୁକାବିଲା ପାଇଁ ଯୁବ ଲେଖକ ମାନେ ଆଗେଇ ଆସିବା ଦରକାର ବୋଲି ପ୍ରକାଶ କରିଥିଲେ । ସାହିତ୍ୟ ଅନୁଷ୍ଠାନ ଗୁଡିକ ନୂଆ ପିଢି ତିଆରି କରିବା ସହ ଶୁଦ୍ଧ ଓଡ଼ିଆ ଲିଖନ , କଥନ ଓ ଉଚ୍ଚାରଣ ଉପରେ ବିଶେଷ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ । ଶିଶୁ ସାହିତ୍ୟିକ ରତ୍ନାକର ଦାସ ମଞ୍ଚ ସଂଯୋଜନା କରିଥିବା ବେକେ ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଅନନ୍ତ ଚରଣ ମୁଦୁଲି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମ୍ପାଦକ ମୁରଲୀଧର ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ତର୍ଯ୍ୟାମୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୫ ଜଣ ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପକ ଚନ୍ଦ୍ରଶେଖର ଦାସଙ୍କ ସୌଜନ୍ୟରୁ ପପୁ ରାଉତ, ଲିଜାରାଣୀ ମହାନ୍ତ, ପ୍ରଭୁ କଲ୍ୟାଣ ପଣ୍ଡା, ପ୍ରିତୀମୟୀ ମହାନ୍ତି ଓ ପ୍ରାକ୍ତନ କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତଙ୍କ ସୌଜନ୍ୟରୁ ସାଇମଗ୍ନା ଜେନା ପ୍ରମୁଖଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ପରେ ଅତିଥିମାନଙ୍କ ଗହଣରେ ସଂସଦର ବାର୍ଷିକ ମୁଖପତ୍ର ଦୁନ୍ଦୁଭି ଲୋକାର୍ପଣ କରାଯାଇଥିଲା। ପ୍ରଥମ ଅଧିବେଶନରେ ହାସ୍ୟମୟୀ ରାଜ୍ ଓ ଦିପ୍ତୀ ଦେବଦର୍ଶନୀ ସୂତାରଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଚତୁର୍ଭୁଜ ପହି, ନୃସିଂହ ସାମଲ, ନାରାୟଣ ଚନ୍ଦ୍ର ଲେଙ୍କା , ଚତୁର୍ଭୁଜ ଜେନା, ସୁରେନ୍ଦ୍ର ପରିଡା, ପ୍ରଜ୍ଞା ପରମିତା ସାମଲ, ଅମୁଲ୍ୟ କୁମାର ମିଶ୍ର, ଆନନ୍ଦ ଚନ୍ଦ୍ର ଓଝା, ନିତ୍ୟାନନ୍ଦ ବେହେରା, ନାରାୟଣ ଚନ୍ଦ୍ର ସାହୁ, ଚିନ୍ତାମଣି ଦାସ, ବନମାଳୀ ଜେନା,ଅଭୟ କୁମାର ସାମଲ ,ଯୁବରାଜ ବିଶ୍ବାଳ, ବିଶ୍ୱଜିତ ରାଉତ, କୈଳାଶ ଚନ୍ଦ୍ର ବେହେରା, ଶ୍ରୀକାନ୍ତ ପଣ୍ଡା, ଟିଳୋତମା ସା, ଭଗବାନ ରାଉତ, ଦଶରଥ ସାହୁଙ୍କ ସମେତ ଶତାଧିକ କବି ଓ କବୟିତ୍ରୀ ଯୋଗଦାନ କରି ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ବ୍ରଜ କିଶୋର ରାଉତ, ସୁଶାନ୍ତ ମହାପାତ୍ର, ଭ୍ରମରବର ରାଉତ , ଅଲେଖ ଚନ୍ଦ୍ର ସ୍ୱାଇଁ, ରାହାସ ବିହାରୀ ବେହେରା, ବିଶ୍ୱଜିତ ରାଉତ, ହେମନ୍ତ ନାୟକ, ଉମାକାନ୍ତ ଜେନାଙ୍କ ସହ ସଂସଦର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


