ଶାନ୍ତିଶକ୍ତି ଭବନରେ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମ ଉଦ୍ଯାପିତ
ଆସିକା (ୱାଇଏନ୍ଏସ୍): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ମୁଖ୍ୟାଳୟ ରାଜସ୍ଥାନ ମାଉଣ୍ଟଆବୁ ସ୍ଥିତ ପାଣ୍ଡବ ଭବନ ଓ ବ୍ରହ୍ମପୁର ଗିରିରୋଡ ଶାନ୍ତିକୁଣ୍ଡ ସ୍ଥିତ ଆଞ୍ଚଳିକ ସେବାକେନ୍ଦ୍ରର ପରାମର୍ଶକ୍ରମେ ୯୦ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ଉପଲକ୍ଷେ ଆସିକା ଶାନ୍ତିଶକ୍ତି ଭବନରେ ଚାଲିଥିବା ତ୍ରିଦିବସୀୟ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତିରେ ଉଦ୍ଯାପିତ ହୋଇଯାଇଥିବା ଜଣାପଡିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ସଂଯୋଜନାରେ ଆଧ୍ୟାତ୍ମିକ ପ୍ରଦର୍ଶନୀ ପଡିଆରେ ଗତ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗାଚରଣ ପଣ୍ଡା, ଆସିକା ପ୍ରେସକ୍ଳବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ସାମ୍ବାଦିକ ଯୋଗେନ୍ଦ୍ରନାଥ ପ୍ରଧାନ, ଆସିକା ଓକିଲ ସଂଘର ପୂର୍ବତନ ସଭାପତି ସୁରେନ୍ଦ୍ରନାଥ ପଣ୍ଡା, ବାବନପୁର ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସ୍ନେହଲତା ଆଚାର୍ଯ୍ୟ, ଆସିକା ଏନ୍ଏସିର ପୂର୍ବତନ ନଗରପାଳିକା ଶ୍ରୀମତୀ ମଧୁସ୍ମିତା ପୋଲାଇ, ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ, ସରପଞ୍ଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି ଓ ସଂଜୟ କୁମାର ନାୟକଙ୍କ ସମେତ ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଯୋଗଦେଇ ଭାରତର ସୁପ୍ରସିଦ୍ଧ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ କାର୍ଯ୍ୟକ୍ରମ ସାମାଜିକ ଉତ୍ତରଦାୟିତ୍ୱ ସଂପାଦନ କରିବା ସାଙ୍ଗକୁ ସ୍ୱର୍ଣ୍ଣିମ ଭାରତର ସଂକଳ୍ପ ସାକାର ପାଇଁ ବର୍ଷତମାମ ବିଭିନ୍ନ ସମୟରେ କରୁଥିବା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅସରନ୍ତି ମହିମାର ଅଧିକାରୀ ପରମାତ୍ମା ଶିବଙ୍କର ଧରାପୃଷ୍ଠରେ ଦିବ୍ୟ ଓ ଅଲୌକିକ ଅବତରଣ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ଆଧ୍ୟାତ୍ମିକ ପ୍ରଦର୍ଶନୀ ପଡିଆରେ ୯୦ତମ ତ୍ରିମୂର୍ତ୍ତି ଶିବଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଜ୍ୟୋର୍ତିଲିଙ୍ଗଙ୍କ କିମ୍ବଦନ୍ତୀର ମହାତ୍ମ୍ୟ ସଂପର୍କରେ ଜ୍ଞାନ ଆହରଣ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ତ୍ରିବସୀୟ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଞ୍ଚାୟତ୍ରୀ, କାଳୁ, ନିରଞ୍ଜନ, ବିଶିକେଶନ, ସୁନିଲ୍, ବୁଲୁ, ବଳରାମ, ଚରଣ, ଯୋଗୀ, ରୋହିତ, ସଚ୍ଚିନ୍, ନିରଞ୍ଜନ, ରାଧାଶ୍ୟାମ, ମଙ୍ଗୁଳୁ, କାହ୍ନୁ, ନାଗେଶ୍ୱର, ମନୋଜ, ରାମପ୍ରସାଦ, ଲଡୁକିଶୋର, ସରୋଜ, ବ୍ରହ୍ମାକୁମାରୀ ଭାଗ୍ୟଲତା, ନିଳିମା, ଜ୍ୟୋତି, ସୁଜ୍ଞାନୀ, ଆସିନା, ଝରଣା, ମମତା, ନିଶା, ଧରଣୀ, ନର୍ମଦା, କସ୍ତୁରୀ, ନିଶି, ନିରୁ, ଅନୁଙ୍କ ସମେତ ସମସ୍ତ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ସକ୍ରିୟ ସହଯୋଗ କରୁଥିଲା ବେଳେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ, ସଚେତନ ନାଗରିକ ଯୋଗଦେଇଥିବା ଦେଖିବାକୁ ମିଳିଛି ।


