ବ୍ରାଉନ ସୁଗାର ସମେତ ୧୫୩ଲିଟର ଚୋରା ମଦ ଜବତ, ୮ ଗିରଫ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ରାଜକନିକା, ଆଳି, ତନ୍ତିଆପାଳ ମେରାଇନ, ଜମ୍ବୁ ମେରାଇନ ଓ ମହାକାଳପଡ଼ା ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବାଦଲ ବେହେରା(୨୪)ଙ୍କ ଠାରୁ ୫୦ ଗ୍ରାମ ବ୍ରାଉନ ସୁଗାର, ତନ୍ତିଆପାଳ ଗ୍ରାମର ବକୁଳି ଜେନା(୫୨)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ଜମ୍ବୁ ଗ୍ରାମର ପ୍ରଦ୍ୟୁତ ଭୂୟାଁ (୫୯)ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ, ଖରନାସି ଗ୍ରାମର ହରିପଦ ସାମନ୍ତରା(୩୫)ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ, ସହବାଜପୁର ଗ୍ରାମର ନୃସିଂହ ସେଠୀ(୩୧)ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, କଳସପୁର ଗ୍ରାମର ନିତ୍ୟାନନ୍ଦ ମଲିକ(୨୧)ଙ୍କ ଠାରୁ ୧୬ ଲିଟର ବିଦେଶୀ ମଦ, କଣ୍ଡିଆ ଗ୍ରାମର ରାଜେନ୍ଦ୍ର ମଳିକ(୩୨)ଙ୍କ ଠାରୁ ୧୫ ଲିଟର ବିଦେଶୀ ମଦ ଓ ସହବାଜପୁର ଗ୍ରାମର କଞ୍ଚଣ ସେଠୀ(୫୫)ଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୫୦ ଗ୍ରାମ ବ୍ରାଉନ ସୁଗାର ସମେତ ୧୫୩ ଲିଟର ବିଦେଶୀ ଓ ଦେଶୀ ଚୋରାମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୮ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର,ଛାୟାକାନ୍ତ ମଲିକ, ଋତୁପ୍ରଭା ସ୍ୱାଇଁ, ସହକାରୀ ଉପ ନିରୀକ୍ଷକ ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ