ୱାଇସ୍ମେନ୍ କ୍ଳବର ୧୬ତମ ଅଧିଷ୍ଠାନ ଉତ୍ସବ
ଆସିକା (ୱାଇଏନ୍ଏସ୍) ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ୱାଇସ୍ମେନ୍ କ୍ଳବ୍ର ୧୬ତମ ଅଧିଷ୍ଠାନ ଦିବସ ସଭାପତି ୱାଇସ୍ମେନ୍ କେ.କାମେଶ୍ୱର ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଇପିଆର୍ଡି ୱାଇସମେନ୍ ଜେ.ରାମଚନ୍ଦ୍ର ରାଓ, ପିଏଲ୍ଆର୍ଡି ୱାଇସମେନ୍ ଡଃ ଇ.ଜୟନ୍ତୀ ରାଓ, ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ୱାଇସମେନ୍ ପି.ରବି କୁମାର ପାତ୍ର ପ୍ରମୁଖ ଯୋଗଦେଇ ଯୁବପିଢୀଙ୍କୁ ଆଗକୁ ଆସି ସମାଜର ଉନ୍ନତି କରିବା ସହିତ ନିଜର ବ୍ୟକ୍ତିତ୍ୱର ବିକଶିତ କରିବା ପାଇଁ ପ୍ରେରଣା ଦେଇ ଆସିକା ୱାଇସମେନ୍୍ କ୍ଳବ ବର୍ଷ ତମାମ କାର୍ଯ୍ୟକାରୀ କରୁଥିବା ବହୁବିଧ ଜନସଚେତନତା ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇ ୱାଇସମେନ୍ କ୍ଳବ୍ କେବଳ ରାଜ୍ୟରେ ନୁହେଁ କି ଦେଶରେ ନୁହେଁ ସାରା ଆନ୍ତର୍ଜାତୀୟ ସ୍ତରରେ ସମାଜରେ ନିହାତି ଆବଶ୍ୟକ ଥିବା କାର୍ଯ୍ୟକ୍ରମମାନ ବିଭିନ୍ନ ସମୟରେ ଆୟୋଜନ କରି ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ପ୍ରକାଶ କରିଥିଲେ । ଆସିକା ୱାଇସ୍ମେନ୍ କ୍ଳବର ୧୬ତମ ଅଧିଷ୍ଠାନ ଦିବସ ଅବସରରେ ଆଗାମୀ ଏକବର୍ଷ ପାଇଁ ୱାଇସ୍ମେନ୍ ଟି.ରାଜେଶ୍ୱର ପାତ୍ରଙ୍କୁ ନୂତନ ସଭାପତି, ସଂପାଦକ ରୂପେ ୱାଇସ୍ମେନ୍ ଇ.ଶ୍ରବଣ କୁମାର ପାତ୍ର, କୋଷାଧ୍ୟକ୍ଷ ରୂପେ ୱାଇସ୍ମେନ୍ ପି.ଦୁର୍ଗାମାଧବ ସେନାପତିଙ୍କୁ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆସିକା ୱାଇସ୍ମେନ୍ କ୍ଳବର ସଦସ୍ୟ ଟି.ସୁନିଲ୍ କୁମାର ପାତ୍ର, ଇ.ଶ୍ରବଣ କୁମାର ପାତ. ମନମୋହନ ମୁନି, ଏ.ରବିନାରାୟଣ ଗୁପ୍ତା, ବି.ସୁରେଶ କୁମାର ପାତ୍ର, ପି.ପ୍ରଭାକର ପାତ୍ର, ଡି.ଶିବଶଙ୍କର ପାତ୍ର, ପି.ରବିକୁମାର ପାତ୍ର, ପି.ଶିବପ୍ରସାଦ ପାତ୍ର, କେ.ବିଭୁତି ଭୂଷଣ ସେନାପତି, ଟି.ରାଜେଶ୍ୱର ପାତ୍ର, ମନୋରଞ୍ଜନ ଚୌଧୁରୀ, ପି.ସୁଶାନ୍ତ କୁମାର ପାତ୍ର, ବି.ରୂପେଶ୍ କୁମାର ରାଓ, ଦିଲୀପ କୁମାର ପାତ୍ର, ପି.ଦୁର୍ଗାମାଧବ ସେନାପତି, ସିଏଚ୍.ଚନ୍ଦ୍ରଶେଖର ପାତ୍ର, ଆର୍.ଜାନକୀ ଆଚାରୀ, ଇ.ସ୍ୱାତୀରାଣୀ ପାତ୍ର, ଟି.ସୋଭାଗ୍ୟଲକ୍ଷ୍ମୀ ପାତ୍ର, ସ୍ମିତା ମୁନି, ଏ.ଲଳିତା ଗୁପ୍ତା, ପି.ଶୁଭଶ୍ରୀ, ପି.ବବିତାରାଣୀ ପାତ୍ର, ଡି.ସ୍ୱର୍ଣ୍ଣକୁମାରୀ ପାତ୍ର, ପି.ଭାଗ୍ୟବତୀ, ପି.ଜମୁନା, କେ.ରୂପଶ୍ରୀ ସେନାପତି, ଟି.ଅନିତା, ସସ୍ମିତା ଚୌଧୁରୀ, ଏ.ବବିତାରାଣୀ ପାତ୍ର, ପି.ସୁଧାରାଣୀ ପାତ୍ର, ବି.ଭାରତୀ ରାଓ,ବିଜୟଲକ୍ଷ୍ମୀ ପାତ୍ର, ଭି.ଭବାନୀ, ଏସ.ରଶ୍ମିତା ପାତ୍ର, ପି.ସ୍ମିତାରାଣୀ ପାତ୍ର, ପି.ଶୁଭଶ୍ରୀ ସେନାପତି, ସିଏଚ୍.ରଶ୍ନିତା ପାତ୍ର, ସୁମିତ୍ରାରାଣୀ ପାଢୀଙ୍କ ସହ ସମସ୍ତ କର୍ମକର୍ତ୍ତା ସାମୁହିକ ଭାବେ ପରିଚାଳନାରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ୱାଇସ୍ମେନ୍ କ୍ଳବର ନୂତନ ସଦସ୍ୟ ରୂପେ ସମାଜସେବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ଶପଥପାଠ କରାଯାଇଥିଲା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଓ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତୀତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ଦେଖିବାକୁ ମିଳିଥିଲା