ହକି ଖେଳ ସରିବାର ତିନିମାସ ବିତିଗଲା

ଭୁବନେଶ୍ୱର(ଜୁଗାବ୍ଦ ନ୍ୟୁଜ୍‍): ହକି ଖେଳ ସରିବାର ତିନିମାସ ବିତିଗଲା । କିନ୍ତୁ ଏହି ଖେଳ ସମ୍ପର୍କିତ କୌଣସି ତଥ୍ୟ ସୂଚନା ଅଧିକାର ଆଇନ୍ରେ କ୍ରୀଡ଼ା ଓ ଯୁବସେବା ବିଭାଗ ଦେଉନାହାଁନ୍ତି । ଆଜି ସୂଚନା ଅଧିକାର କର୍ମୀମାନେ ଏ ସମ୍ପର୍କରେ ରାଜ୍ୟପାଳଙ୍କୁ ଭେଟି ଫେରାଦ ହେବା ସହ ହକି ଖେଳରେ ବ୍ୟାପକ ଘୋଟାଲା ହୋଇଥିବାରୁ ଏହାର ତଦନ୍ତ ଦାବି କରିଛନ୍ତି ।
ରାଜ୍ୟରେ ସୂଚନାଧିକାର କର୍ମୀମାନେ ବିଭିନ୍ନ ବିଭାଗ ମୁଖ୍ୟତଃ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ହକିିି ଖେଳ ସମ୍ପର୍କରେ କେତେଗୁଡ଼ିଏ ତଥ୍ୟ ମାଗିଥିଲେ । ଏହି ତଥ୍ୟଗୁଡ଼ିକ ହେଲା, ହକି ଖେଳ ପାଇଁ ରାଜ୍ୟ ସରକାର କରିଥିବା ବଜେଟ୍ ବ୍ୟବସ୍ଥା, ହକି ଆୟୋଜନ ପାଇଁ ବିଭିନ୍ନ ସଂସ୍ଥାକୁ ଦିଆଯାଇଥିବା କାମ ଏବଂ ସେମାନଙ୍କ ସହିତ ହୋଇଥିବା ଚୁକ୍ତିନାମାର ଫଟୋକପି, ହକି ଇଣ୍ଡିଆ ସହିତ ହୋଇଥିବା ଚିଠି ଆଦାନ ପ୍ରଦାନର କପି, କେଉଁ କମ୍ପାନୀ ହକି ଖେଳ ପାଇଁ ଅର୍ଥ ଯୋଗାଇଛନ୍ତି, ହକି ଟିକେଟ ବିକ୍ରିରେ ଆଦାୟ ହୋଇଥିବା ଅର୍ଥର ପରିମାଣ ଓ ଖେଳାଳିମାନଙ୍କ ରହିଣି ପାଇଁ ହୋଟେଲ ବୁକିଙ୍ଗ ଇତ୍ୟାଦି ଦୀର୍ଘ ତିନିମାସ ବିତିଯାଇଥିଲେ ମଧ୍ୟ କ୍ରୀଡ଼ା ଓ ଯୁବ ସେବା ହକି ଖେଳ ପାଇଁ ୮୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଏବଂ ଅନେକ ତଥ୍ୟ ଲୁ·ଇବାକୁ ଚେଷ୍ଟା କରିଛନ୍ତି । ତେଣୁ ହକି ଖେଳ ଆୟୋଜନରେ ରାଜ୍ୟ ଅମଲାମାନେ ଯେହେତୁ କୋଟି କୋଟି ଟଙ୍କା ଲୁଟ୍ କରିଛନ୍ତି, ସେଥିପାଇଁ ଉକ୍ତ ବିଭାଗ ତଥ୍ୟ ଦେଉନାହାଁନ୍ତି ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ଅଭିଯୋଗ ହୋଇ ଆସୁଅଛି । ସେଥିପାଇଁ ହକି ଖେଳ ସମ୍ପର୍କିତ ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ରାଜଭବନ ସମ୍ମୁଖରେ ଓସା ତରଫରୁ ଏକ ବଡ଼ ଧରଣର ଧାରଣା ଆୟୋଜନ କରାଯାଇଥିଲା । ଏହି ଧାରଣାରେ ଶତାଧିକ ସୂଚନାଧିକାର କର୍ମୀ ଯୋଗଦେଇ ତୁରନ୍ତ ସୂଚନା ଅଧିକାର ଆଇନ୍ରେ ସମସ୍ତ ତଥ୍ୟ ପ୍ରକାଶ ପାଇଁ ଦାବି କରିଥିଲେ ।
ହକି ଖେଳ ସମ୍ପର୍କିତ ତଥ୍ୟ ଲୁ·ଇବାରା ତଦନ୍ତ ସହିତ ହକି ଖେଳ ଆୟୋଜନ ହୋଇଥିବା ଦୁର୍ନୀତିର ତଦନ୍ତ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳ ନିକଟରେ ଦାବୀ କରାଯାଇଛି । ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ. ସଂଯୁକ୍ତା ପାଣିଗ୍ରାହୀ, ପ୍ରତାପ ସାହୁ, ଦିବାକର ନାଏକ, ବଟକୃଷ୍ଣ ପ୍ରଧାନ, ରଞ୍ଜୁଲତା ମହାପାତ୍ର, ଦିଲ୍ଲିପ ସାମନ୍ତରାୟ ପ୍ରମୁଖ ନେତୃତ୍ୱ ନେଇଥିଲେ ହକି ଖେଳର ତଥ୍ୟ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ବୋଲି ଶ୍ରୀ ପ୍ରଦୀପ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ