ସାପ କାମୁଡ଼ାରେ ଯୁବକ ମୃତ

ହିଂଜିଳିକାଟୁ, ୧୧ା୬(ଶେଷଦେବ ସାହୁ): ହିଂଜିଳି ଥାନା କାଂଜିଆମା ଗ୍ରାର ଜୈନିକ ଯୁୂବକଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଗୁରା ବେହେରାଙ୍କ ପୁଅ ସମିର ବେହେରା (୨୪) । ଏ ନେଇ ନଂ- ୧୨/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଯୁବକଙ୍କ ଶବକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ଯୁବକ ଜଣକ ମଙ୍ଗଳବାର ଭୋର ପ୍ରାୟ ୪ ଟାରେ ଶୌଚ ସକାଶେ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଯାଇଥିବା ବେଳେ ନଦୀ ମଧ୍ୟରେ ଏକ ବିଷଧର ସାପ ଯୁବକଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା । ଯୁବକ ଜଣକ ନଦୀରୁ ଫେରି ପରିବାର ସଦସ୍ୟଙ୍କୁ ଜଣାଇବା ପରେ ପରିବାର ସଦସ୍ୟ ଯୁବକଙ୍କୁ ଚିକିତ୍ସା ସକାଶେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡ଼ାକ୍ତର, ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ