ନିର୍ବାଚନ ପରବର୍ତ୍ତୀ ହିଂସା କଂଗ୍ରେସ କର୍ମୀଙ୍କୁ ହତ୍ୟା

ସୋରଡା,(ରଜନୀକାନ୍ତ ମହାପାତ୍ର):ଧରାକୋଟ ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧିନସ୍ଥ ସୁଣ୍ଡିପଲ୍ଲୀ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା । ଗ୍ରାମର 35 ବର୍ଷୀୟ ଯୁବକ ମିଟୁ ବିଷୋୟୀଙ୍କୁ ପିଟି ପିଟି ହତ୍ୟା । ମିଟୁ ଙ୍କ ମୁଣ୍ଡ ଓ ଗୋଡ଼କୁ ହଣା ଯାଇଥିବା ଦାଗ ରହିଛି। ମିଟୁଙ୍କ ମାଙ୍କ ପ୍ରତିକ୍ରିୟା ମୁତାବକ ଗତ 2024 ସାଧାରଣ ନିର୍ବାଚନରେ ମିଟୁରେ ଗାଁରେ କଂଗ୍ରେସ ଦଳ ପକ୍ଷରେ ଥିଲେ। ଗାଁରେ ପୂର୍ବରୁ କଂଗ୍ରେସ ଓ ବିଜେଡି ଦୁଇଟି ଗୋଷ୍ଠି ରହିଥିଲେ। ଗତ 4 ତାରିଖରେ ଫଳା ଫଳ ବାହାରିବା ପରେ ମିଟୁ ସହ ବିଜେଡି କର୍ମୀ କାଳୁ ନାୟକ ପାଟି ତୁଣ୍ଡ କରିଥିଲେ। ଗତକାଲି ରାତ୍ରରେ ମିଟୁ ଗ୍ରାମର ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ କାଳୁ ମିଟୁ ଉପରକୁ ଆକ୍ରମଣ କରିଥିଲା ଓ ତାଙ୍କୁ ଏକ ଠେଙ୍ଗା ଓ କୌଣସି ଧାରୁଆ ଅସ୍ତ୍ରରେ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ। ମିଟୁଙ୍କ ଘର ଲୋକ ଖବର ପାଇବା ପରେ ମିଟୁଙ୍କ ମା ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେ ଆକଟ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଶେଷରେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ମିଟୁଙ୍କୁ ଛାଡି ପଳାଇଥିଲା ଦ୍ରୁବୁଦ୍ଧ । ମିଟୁଙ୍କୁ ଗୁରୁତର ଅବସ୍ଥାରେ ଆସିକା ପରେ ବ୍ରହ୍ମପୁର ମେଡିକାଲ କୁ ନିଆ ଯାଇଥିଲା । ସେଠାରେ ଚିକିତ୍ସା କରି ଆଜି ଘରକୁ ଆଣିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି। ଏବେ ମିଟୁଙ୍କ ଶବକୁ ବଡ଼ଗଡ଼ ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ