ଶ୍ରୀବଳଦେବଜୀଉ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ : ୨କୋଟି ଟଙ୍କାର ପ୍ୟାକେଜ ଘୋଷଣା

କେନ୍ଦ୍ରାପଡା :(ଯୁଗାବ୍ଦ ନ୍ୟୁଜ୍): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅପରାହ୍ନରେ କେନ୍ଦ୍ରାପଡା ଗସ୍ତରେ ଆସି ତୁଳସୀ କ୍ଷେତ୍ରର ଆରାଧ୍ୟ ପଭୁ ଶ୍ରୀ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ । ୫ମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱରରୁ ହେଲିକେପ୍ଟର ଯୋଗେ କେନ୍ଦ୍ରାପଡା ଆସି ମାଉସୀ ମା’ ମନ୍ଦିର ନିକଟରେ ଅସ୍ଥାଇ ଭାବେ ନିର୍ମିତ ହେଲିପ୍ୟାଡରେ ପହଁଚିବା ପରେ ସେଠାରୁ ଏକ କାର ଯୋଗେ ମନ୍ଦିର ନିକଟକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସେଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁଶାନ୍ତ ସିଂହ, ରଘୁନନ୍ଦନ ଦାଶ, ସମୀର ରଞ୍ଜନ ଦାସ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସାଂସଦ ଅନୁଭବ ମହାନ୍ତି, ଆଳି ବିଧାୟକ ପ୍ରତାପ କେଶରୀ ଦେବ, କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ପ୍ରଶାନ୍ତ ଜଗଦେବ, ଲତିକା ପ୍ରଧାନ, ଶ୍ରୀମୟୀ ମିଶ୍ର, ସଞ୍ଜୟ ଦାସବର୍ମା, କସ୍ତୁରୀ ମହାପାତ୍ର, ଅମରେଶ ପତ୍ରୀ ପ୍ରମୁଖ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ଶୁଭେଛା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଭି.କାର୍ତ୍ତିକେୟନ ପାଣ୍ଡିୟାନ,ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାଷ ସିଂ,ସାଂସଦ ଶ୍ରୀ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ମନ୍ଦିର ସଂହଦ୍ୱାର ନିକଟରୁ ଚାଲି ଚାଲି ଯାଇ ସ୍ନାନ ମଣ୍ଡପରେ ବିରାଜମାନ କରିଥିବା କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉ,ଭାଇ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଜଗତସିଂହପୁର ଏସପି ସୁଧା ସିଂ, କେନ୍ଦ୍ରାପଡାର ଅତିରିକ୍ତ ଏସପି ଅରୁଣ କୁମାର ଜେନା, ଗଞ୍ଜାମର ଅତିରିକ୍ତ ଏସପି ଶାନ୍ତନୁ ଦାଶ, ଡିଏସପି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ,ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ର ପ୍ରମୁଖ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଥିଲେ । ବଳଦେବଜୀଉ ଦେବୋତ୍ତର ସଂସ୍ଥା ପକ୍ଷରୁ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ରଞ୍ଜନ କୁମାର ପୃଷ୍ଟି, ଯଯାତୀ କେଶରୀ ମହାନ୍ତି, ଧିରେନ ସାହୁ ଓ ସେବାୟତ ବଳରାମ ସୁଆର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀଜୀଉଙ୍କ ସିଂହଦ୍ୱାର ନିକଟରେ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଓ ଏହାର ପାରିପାଶ୍ୱର୍ିକ ଉନ୍ନତି ନିମନ୍ତେ ୨କୋଟି ଟଙ୍କାର ମଞ୍ଜୁର ହୋଇଥିବା ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଥିଲେ । ସେହି ପ୍ରକଳ୍ପ ଗୁଡିକ ମଧ୍ୟରେ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତସାହି ଠାରେ ଶ୍ରୀବଳଦେବଜୀଉଙ୍କ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାଶ୍ୱର୍ରେ ପାଚେରୀ ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୈ÷ାଚାଳୟ ନିର୍ମାଣ, ଗଭୀର ନଳକୂପ ନିର୍ମାଣ ଓ ଓଭରହେଡ ଟାଙ୍କି ଜରିଆରେ ୨୪ଘଂଟିଆ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ମନ୍ଦିର ବାହାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ରାଜ୍ୟ ବିଜେଡି ସଂଖ୍ୟାଳଘୁ ସେଲର ସାଧାରଣ ସମ୍ପାଦକ ସେକ ଅବଦୁଲ୍ଲା, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲ ସଭାପତି ସେକ ଇନାୟତ(ଚନ୍ଦନ), ସେକ ମତୁ, ଯୁବ ସଂଖ୍ୟାଲଘୁ ୁସେଲ ସଭାପତି ମୀର ମହମ୍ମଦ ଅମୀର, କାଳି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପଛରେ ପାଟକୁରା ଆସନ ହାତେଇବାକୁ ଯୋଜନା ବୋଲି ରାଜନୀତି ବିଷାରଦମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ