ଆଳି ଥାନା ପୋଲିସର ଉଦାସୀନତା ବିରୋଧରେ ଏସପିଙ୍କୁ ଭେଟିଲେ ପିଡିତ ପରିବାର

କେନ୍ଦ୍ରାପଡା ; ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଆଳି ଥାନା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପ୍ରତିବାଦରେ ମଙ୍ଗଳବାର ପିଡିତ ପରିବାରର ସଦସ୍ୟମାନେ ଏସପିଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଏସପି ଅରୁଣ କୁମାର ଜେନାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ମହୁ ଗ୍ରାମର ଜଳଧର କୁଅଁରଙ୍କ ପତ୍ନୀ ମଞ୍ଜୁଲତା କୁଅଁର ସ୍ୱାମୀ ଏବଂ ପରିବାର ସହିତ ଏସପିଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଏସପି ଶ୍ରୀ ଜେନାଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ଗତ ମଇମାସ ୨୯ ତାରିଖରେ ମନୋରଞ୍ଜନ ନାୟକ ଓଗେର ତାଙ୍କ ୨ ଦେଢସୁର ୨ ଯା ଓ ମଞ୍ଜୁଲତାଙ୍କୁ ମରଣାନ୍ତକ ଆକ୍ରମଣ କରି ସେମାନଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେ ଆଳି ଥାନାରେ ଏ ସମ୍ପର୍କରେ ସେହିଦିନ ଲିଖିତ ଅଭିଯୋଗ କରିବା ପରେ ଆବଶ୍ୟକ ଚିକିତ୍ସା ନିମନ୍ତେ ସମସ୍ତ ଗୁରୁତର ଆହତମାନେ କଟକ ଚାଲିଯାଇଥିଲେ । ଆଳି ଥାନା ପକ୍ଷରୁ ମଞ୍ଜୁଲତାଙ୍କ ଅଭିଯୋଗ ଉପରେ ୩୪୧,୩୨୩,୩୨୪,୩୨୫,୩୫୪(ବି),୩୦୭,୫୦୬ ଓ ୩୪ ଦଫାରେ ମାମଲା ରୁଜୁ କରାଯାଇଥିଲା । କିନ୍ତୁ ଦୀର୍ଘଦିନ ଧରି ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ ପରେବି ସେମାନଙ୍କୁ ଗିରଫ କରାନଯିବାରୁ ପିଡିତ ପରିବାର ପକ୍ଷରୁ ଏସପି ନୀତି ଶେଖରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅଭିଯୋଗ କରାଯିବାରେ ଥାନା ଅଧିକାରୀ ପିଡିତ ପରିବାର ଉପରେ କ୍ଷୁବ୍ଧ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରୁନାହାନ୍ତି ବରଂ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ଯଦ୍ୱାରାକି ଅଭିଯୁକ୍ତମାନେ ପିଡିତ ପରିବାରକୁ ଜୀବନରୁ ମାରିଦେବାକୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି । ତେଣୁ ପିଡିତ ପରିବାର ନିରୁପାୟ ହୋଇ ପୁନର୍ବାର ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଏସପି ଶ୍ରୀ ଜେନାଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଛନ୍ତି । ଅତିରିକ୍ତ ଏସପି ଶ୍ରୀ ଜେନା ଏସମ୍ପର୍କରେ ଆବଶ୍ୟକ ତଦନ୍ତ ପୂର୍ବକ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ