ଭାଇବୋହୁ ଓ ଝିଆରୀକୁ ତଣ୍ଟିଚିପି ଦେଢସୁରଙ୍କ ହତ୍ୟା ଉଦ୍ୟମ ଅଭିଯୋଗ

କେନ୍ଦ୍ରାପଡା ; ଜନୈକ ଭାଇବୋହୁ ଏବଂ ୪ବର୍ଷର ଛୋଟ ଝିଆରିକୁ ତଣ୍ଟିଚିପି ମାରିଦେବାକୁ ତାଙ୍କ ଦେଢସୁର ଉଦ୍ୟମ କରିଥିବା ଏସପିଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଏସପି ଅରୁଣ କୁମାର ଜେନାଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ରାଜନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଶୈଳେନ୍ଦ୍ର ସ୍ୱାଇଁଙ୍କ ପତ୍ନୀ ହରପ୍ରିୟା ସ୍ୱାଇଁଙ୍କ ସହିତ ତାଙ୍କ ଭାଇ ଏବଂ କେତେକ ମହିଳା ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଏସପି ଶ୍ରୀ ଜେନାଙ୍କୁ ସାକ୍ଷାତକରି ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଓ ଶଶୁରଘର ଲୋକମାନେ ଅଧିକ ଯୈ÷ାତୁକ ଦାବିକରି ହରପ୍ରିୟା ଏବଂ ତାଙ୍କ ୪ବର୍ଷର ଝିଅକୁ ପୋଡିମାରି ଦେବାକୁ ଉଦ୍ୟମ କରୁଥିବା ସମ୍ପର୍କରେ ସେ ଗତ ଅପ୍ରେଲମାସ ୧୨ତାରିଖରେ ରାଜନଗର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ରାଜନଗର ଥାନା ପୋଲିସ ୫୩/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । କିନ୍ତୁ ସେମାନେ ଜାମିନରେ ଆସି ହରପ୍ରିୟାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିସହିତ ସୋମବାର ରାତିରେ ହରପ୍ରିୟା ଶୋଇଥିବା ବେଳେ ତାଙ୍କ ଦେଢସୁର ଯାଇ ଝରକାରେ ହାତ ଗଳାଇ କବାଟ ଫିଟାଇବା ସହ ତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିବା ସେ ଅଭିଯୋଗ କରିଥିଲେ । ଅତିରିକ୍ତ ଏସପି ଶ୍ରୀ ଜେନା ଏ ସମ୍ପର୍କରେ ରାଜନଗର ଥାନା ଅଧିକାରୀଙ୍କୁ ଆବଶ୍ୟକ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି । ଏହାବ୍ୟତିତ ଅଭିଯୋଗକାରୀଣୀଙ୍କ ସହିତ ତାଙ୍କ ଭାଇ ଓ ମହିଳାମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ମଧ୍ୟ ଭେଟି ସମାନ ଅଭିଯୋଗ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ