ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଓ ବାହୁଡାଯାତ୍ରା ନିମନ୍ତେ ଏକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାଜୀବ ଲୋଚନ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଯୋଗଦେଇ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ନମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ଚୌଧୁରୀ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ଜିଲ୍ଲାର ସମସ୍ତ ବୁଦ୍ଧିଜିବୀ, ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ଏବଂ ଶାନ୍ତିକମିଟି ସଦସ୍ୟ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ । ଆସନ୍ତା ଜୁଲାଇ ମାସ ୪ ତାରିଖ ଶ୍ରୀଗୁଣ୍ଡିଚା ରଥଯାତ୍ରା ଓ ୧୨ ତା ରିଖରେ ବାହୁଡାଯାତ୍ରା ପଡୁଥିବାରୁ ରଥଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମ ଯଥା ରଥ ଗଢାଯିବା, ରାସ୍ତାଘାଟ ମରାମତି, ବିଦ୍ୟୁତ ଆଲୋକ ଯୋଗାଣ, ପାନୀୟଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ଜଳ ଯୋଗାଣ, ଏକ ମୁଖୀ ରାସ୍ତା ପ୍ରଚଳନ, ନିଶା ନିବାରଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସୂଚନାକେନ୍ଦ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ୧୪ ତାରିଖ ଶନିବାର ଦିନ ନିଳାଦ୍ରୀ ବିଜେ କରାଯିବାପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରଥଯାତ୍ରା ପୂର୍ବରୁ ରଥଦାଣ୍ଡର ବିଭିନ୍ନ ଯାଗାରୁ ଉଠିଯାଇଥିବା ପିଚୁକୁ ମରାମତି ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତବର୍ଷ ରଥଯାତ୍ରା ଖର୍ଚ୍ଚ ପାଇଁ ୩୦ ଲକ୍ଷ ଟଙ୍କା ଅଟକଳ ରଖାଯାଇଛି ବୋଲି ବୈଠକରେ ଉପଜିଲାପାଳ ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ରଥ ଗଢା କାର୍ଯ୍ୟ ଯେପରି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ ହେବ ସେଥିପ୍ରତି ଯନô୍ବାନ ହେବାକୁ ଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ସହରରେ ରାସ୍ତାଗୁଡିକର ମରାମତି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ଏବଂ ପୈାର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରଥଦାଣ୍ଡ ଓ ସହରର ରାସ୍ତା ସଫେଇ ତଥା ରଥଦାଣ୍ଡର ନାଳ ନର୍ଦ୍ଦମା ସଫା ସହ ବ୍ଲିଚିଂ ପାଉଡର ଓ ଫିନାଇଲ ପକାଇବା, ରଥ ଦାଣ୍ଡରେ ପଲିଥିନି ବ୍ୟବାହରା ନିଷେଧକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ପଦାର୍ଥ ଯାଞ୍ଚ କରିବା, ଇଚ୍ଛାପୁରଠାରେ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବା ସହ ଆମ୍ବୁଲାନ୍ସ ସେବା ଯୋଗାଇବା, ବିଦ୍ୟୁତକାଟ ସମୟରେ ଜେନେରେଟର ଦ୍ୱାରା ଆଲୋକ ବ୍ୟବସ୍ଥା, ବଳଦେବଜୀଉ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା, ରଥଯାତ୍ରା ପୁର୍ବରୁ ରଥଦାଣ୍ଡର ଜବରଦଖଲ ହଟାଇବା, ହଜିଯାଇଥିବା ପିଲା ଓ ବ୍ୟକ୍ତିମାନଙ୍କ ନିମନ୍ତେ ସୂଚନା କେନ୍ଦ୍ର ଖୋଲିବା, ଯାତ୍ରୀମାନଙ୍କ ରହଣି ନିମନ୍ତେ ଯାତ୍ରୀ ନିବାସରେ ବ୍ୟବସ୍ଥା, ପାଣି ପାଉଚ ବ୍ୟବସ୍ଥା, ରୈାଦ୍ରତାପ ସମୟରେ ଜଳସିଂଚନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରଥଯାତ୍ରା ସମୟରେ ନିଶା କାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ସହ ରଥରେ ଅଶ୍ଲୀଳଗୀତ ବନ୍ଦ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ତହସିଲଦାର ହେମଲତା ବାହାଲିଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉର୍ମିଳା ମିଶ୍ର , ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖଙ୍କ ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ, ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଟ୍ରଷ୍ଟବୋର୍ଡ ସଭ୍ୟ ଧିରେନ ସାହୁ, ରଞ୍ଜନ କୁମାର ପୃଷ୍ଟି, ଯଯାତୀ କେଶରୀ ମହାନ୍ତି, ଧରଣୀଧର ସୁଆର, ରଥଯାତ୍ରା କମିଟି କର୍ମକର୍ତ୍ତା,ବୁଦ୍ଧିଜିବୀ, ରାସ୍ତା ଓ କୋଠାବାଡି ବିଭାଗ ନିର୍ବାହୀଯନ୍ତ୍ରୀ, ସ୍ୱାସ୍ଥ୍ୟବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ