ପାଇଖାନା ଟାଙ୍କି ସେଣ୍ଟରିଙ୍ଗ ଖୋଲିବା ବେଳେ ଶ୍ଵ।ସରୁଦ୍ଧ ହୋଇ ୨ମୃତ, ୨ ଗୁରୁତର
ବାମରା, (ମନୋଜ କୁମାର ରାଜ): ବାମରା ବ୍ଲକ ଅନ୍ତର୍ଗତ ମହୁଲ ପାଲି ଥାନା ସ୍ଥିତ କେସେଇ ବାହ।ଲ ଗ୍ରାମ ବାହାଦୂର ପଡ଼ା ର ହେମନ୍ତ ବେହେରା ଙ୍କ ଏକ ନୂତନ ନିର୍ମାଣ ଧିନ ପାଇଖାନା ଟାଙ୍କୀ ର ସେଣ୍ଟରିଙ୍ଗ କୁ ପ୍ରାୟ ୨୦ ଦିନ ପରେ ଆଜି ସକାଳେ ଖୋଲିବା ସମୟ ରେ ଶ୍ୱାସରୁଦ୍ଧ ହୋଇ ଦୁଇ ୨ ମୃତ ହୋଇ ଥିବା ବେଳେ ୨ ଜଣ ଗୁରୁତର ହୋଇ ଥିବା ଜଣା ପଡିଛି । ସୂଚନା ଅନୁସାରେ କେଶେଇବାହ।ଲ ଗ୍ରାମ ର ବାହାଦୂର ପଡ଼ା ନିବାସୀ ଲୋକନାଥ ବେହେରା ଙ୍କ ପୁଅ ହେମନ୍ତ ବେହେରା ଙ୍କ ନୂତନ ନିର୍ମାଣ କରି ଥିବା ଏକ ପାଇଖାନା ଟାଙ୍କି ଯାହାର ଗଭୀର ପ୍ରାୟ ୧୦/୧୨ ଫୁଟ ହେବ । ଆଜି ସକାଳେ ଉକ୍ତ ପାଇଖାନା ଟାଙ୍କି ର ସେଣ୍ଟରିଙ୍ଗ ଖୋଲିବା ପାଇଁ ଶ୍ରମିକ ଭାବେ କାମ କରୁଥିବା କେଶେଇ ବାହ।ଲ ଗ୍ରାମ ନନ୍ଦ କିଶୋର ନାୟକ ଙ୍କ ପୁଅ ସୁଶିଲ ନାଏକ( 35) ଏକ ସିଡି ସାହାଯ୍ୟରେ ପ୍ରଥମେ ତଳ କୁ ଉହ୍ଲ।ଇ ଥିଲେ ଓ ଉପରେ ଥିଲେ ଶ୍ରମିକ ଆନନ୍ଦ ମାଝୀ । ସୁଶିଲ ନାଏକ ନିମିଷକ ପରେ ଅଚେତ୍ ହୋଇ ଯାଇ ଥିବାରୁ ଆନନ୍ଦ ମାଝୀ ତାଙ୍କୁ ବହୁବାର ଡାକିବାରୁ ସୁଶିଲ ଆଉ ଶୁଣି ନ ଥିଲେ । ପରେ ଆନନ୍ଦ ମାଝୀ ମଧ୍ୟ ଓହ୍ଲାଇ ସେ ମଧ୍ୟ ଅଚେତ୍ ହୋଇ ଯାଇ ଥିଲେ । ଡାକି ଡାକି କେହି ନ ଶୁଣିବାରୁ ତା ପରେ ଭିକାରୀ ଚନ୍ଦ୍ର ବେହେରା ଓ ପରେ ପରେ ମାଲିକ ହେମନ୍ତ ବେହେରା ମଧ୍ୟ ଓହ୍ଲାଇ ଅଚେତ୍ ହୋଇ ପଡ଼ି ଥିଲେ । ଶେଷରେ ଗ୍ରାମବାସୀ ଙ୍କ ସାହାଯ୍ୟରେ ଏକ ଜେସିବି କୁ ଡକା ଯାଇ ଥିଲା ଓ ଅଗ୍ନିଶ୍ରମ ବିଭାଗ ଖବର ଦିଆ ଯାଇ ଥିଲା । ସମସ୍ତ ଙ୍କୁ ବାହାର କରି କୁଚିଣ୍ଡା ଡାକ୍ତରଖାନା କୁ ପଠା ଯାଇ ଥିବା ବେଳେ ସେଠାରେ ଡାକ୍ତର ସୁଶିଲ ନାଏକ ଓ ଭିକାରୀ ଚନ୍ଦ୍ର ବେହେରା ଙ୍କୁ ମୃତ ଘୋଷଣା କରି ଥିଲେ । ଏବଂ ଆଉ ଦୁଇ ଜଣ ହେମନ୍ତ ବେହେରା ଓ ଶ୍ରମିକ ଆନନ୍ଦ ମାଝୀ ଙ୍କ ର ବର୍ତ୍ତମାନ୍ ସ୍ବାସ୍ଥ୍ୟ ର ଉନ୍ନତି ହୋଇ ଥିବା ଜଣା ପଡି ଥିବା ବେଳେ ମୃତ ସୁଶିଲ ନାଏକ ଓ ଭିକାରୀ ବେହେରା ଙ୍କ ତଦନ୍ତ ପରେ ଶବ ବ୍ୟଚ୍ଛେଦ ପରେ ହସ୍ତ।ନ୍ତର କରାଯିବ ବୋଲି ମଧ୍ୟ ଜଣା ପଡ଼ିଛି ।


