ପୃଥକ-ପୃଥକ ଦୁର୍ଘଟଣାରେ ୨ ମୃତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ):ଗଜପତି ଜିଲ୍ଲାରେ ପୃଥକ ପୃଥକ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି. ଗଜପତି ଜିଲ୍ଲାର ମେରାପଲ୍ଲୀ ଗ୍ରାମ ନିକଟରେ ଥିବା ବିପଦପୁର୍ଣ ପାହାଡିଆ ବୁଲାଣିରେ ଗଞ୍ଜାମ ଜିଲ୍ଲାର କଂସାମାରି ଗ୍ରାମର ରାଜନ ମୋହନ ଦୋରା ଅଡବାରୁ ଟିଭିଏସ ବାଇକରେ ନିଜ ଗ୍ରାମକୁ ଫେରୁଥିବାବେଳେ ଏପି39ଡ଼ବ୍ଲୁଏ 9890 ବିଶିଷ୍ଟ ଏକ ହ୍ୱାଇବା  ମୁହାଁମୁହିଁ ଧକ୍କା ହୋଇଥିଲା. ଏହାଦ୍ୱାରା ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା | ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ ହାଇୱାକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ବ୍ରହ୍ମପୁର ପଠାଇଛନ୍ତି |ଏହି ଘଟଣାରେ ମୃତକଙ୍କ ପୁଅ ବିଘ୍ନେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ପରେ ୫୮/୨୫ ଏକ ମାମଲା ରୁଜ୍ଜୁ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି | ସେହିପରି ଅଡବା ଥାନା ଅନ୍ତର୍ଗତ କଟାମାରୁ ଅଡବା ପଟେ ଆସୁଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିପଡ଼ିଥିଲା | ଫଳରେ ଡ୍ରାଇଭର ଉପରେ ଟ୍ରାକ୍ଟର ଚାପି ହୋଇଯାଇଛି  ଘଟଣା ସ୍ଥଳରେ ଡ୍ରାଇଭର ମୃତ ହୋଇଥିଲା. ମୃତ ଶ୍ରମିକ  ହେଉଛନ୍ତି ଦିଗପହଣ୍ଡିର ଟୁନା ନାୟକ ବୋଲି ଜଣାପଡିଛି. ଏହି ଘଟଣାରେ ମଧ୍ୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଥିବା ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ