2020ରେ ଦୂରଦର୍ଶନ-ଆକାଶବାଣୀର ଡିଜିଟାଲ ଅଭିବୃଦ୍ଧି ହାସଲ

ନୂଆଦିଲ୍ଲୀ : ପାକିସ୍ତାନରେ ଦୂରଦର୍ଶନ ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଏବଂ ଶ୍ରୋତା2020ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ 100 କୋଟି ଡିଜିଟାଲ ଭିଉ ଏବଂ 600 କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି ।2020ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ 2.5 ନିୟୁତ ୟୁଜରଙ୍କୁ ଯୋଡିଥିଲା । ଫଳରେ 300 ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ । ସେଥିରେ ସ୍ଥାନ ପାଇଥିବା 200ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା । ଡିଡି ନ୍ୟାସନାଲ ଓ ଡିଡି ନିଉଜ୍‍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ 10ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି ।ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାବେଳେ ପ୍ରସାର ଭାରତୀ ଆର୍କାଇଭସ୍‍ ଏବଂ ଡିଡି କିଷାନର ଡିଜିଟାଲ ପ୍ରଦର୍ଶନ ବେଶ୍‍ ଭଲ ରହି ବୃଦ୍ଧି ପାଉଛି ଏବଂ ଏହା ଶ୍ରେଷ୍ଠ 10 ମଧ୍ୟରେ ସ୍ଥାନ ପାଇଛି । ଉତ୍ତର ପୂର୍ବାଞ୍ଚଳରେ ନିଉଜ୍‍ ପ୍ରତି ଡିଜିଟାଲ ଅର୍ଡିୟାନ୍ସ ବଢିଛି । ଫଳରେ ଆକାଶବାଣୀର ଉତ୍ତର ପୂର୍ବାଞ୍ଚଳ ନିଉଜ ସର୍ଭିସର ଶ୍ରୋତା ସଂଖ୍ୟା ବଢି ଏହା ଡିଜିଟାଲ ଅର୍ଡିୟାନ୍ସ ବର୍ଗର ଶ୍ରେଷ୍ଠ 10ରେ ସ୍ଥାନ ପାଇଛି । ଉଲ୍ଲେଖନୀୟ ହେଲା ଯେ ଏହି ସଂଖ୍ୟା 10 ଲକ୍ଷ ଅତିକ୍ରମ କରି ଏବେ ଡିଜିଟାଲ ଉପଭୋକ୍ତାଙ୍କ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ।ମଜାଦାର କଥା ହେଉଛି 2020ରେ ଡିଡି ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଓ ଶ୍ରୋତା ପାକିସ୍ତାନର ଥିଲେ । ଏହା ପରେ ତୃତୀୟରେ ରହିଛି ଆମେରିକା । ଅର୍ଥାତ୍‍ ଭାରତରେ ଆକାଶବାଣୀ ଓ ଦୂରଦର୍ଶନର ସର୍ବାଧିକ ଦର୍ଶକ ଓ ଶ୍ରୋତା ରହିଥିବାବେଳେ ଦେଶ ବାହାରେ ଏ କ୍ଷେତ୍ରରେ ପାକିସ୍ତାନ ଓ ଆମେରିକା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।2020ରେ ସବୁ ଲୋକପ୍ରିୟ ଡିଜିଟାଲ କାର୍ଯ୍ୟକ୍ରମ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍କୁଲ ପିଲାଙ୍କ ସହ ସାଧାରଣତନ୍ତ୍ର ପରେଡର ବାର୍ତ୍ତାଳାପ ସବୁଠୁ ଲୋକପ୍ରିୟ ଥିଲା । ସେହିଭଳି 1970 ଦଶକରେ ଶକୁନ୍ତଳା ଦେବୀଙ୍କ ଉପରେ ଦୂରଦର୍ଶନ ପକ୍ଷରୁ ପ୍ରସ୍ତୁତ ଏକ ବିରଳ ଭିଡିଓକୁ ମଧ୍ୟ ସର୍ବାଧିକ ଲୋକ ଦେଖିଥିଲେ ।ପ୍ରସାର ଭାରତୀର ଉତ୍ସର୍ଗୀକୃତ ୟୁଟ୍ୟୁବ ଚାନେଲରେ ସଂସ୍କୃତ ଭାଷାରେ ଏକ କାର୍ଯ୍ୟକ୍ରମ 2020ରେ ଆରମ୍ଭ ହୋଇଥିଲା । ଏହାଛଡା ରେଡିଓ ଓ ଟିଭିରେ ମଧ୍ୟ ସଂସ୍କୃତ ଭାଷାରେ କେତେକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇ ଶ୍ରୋତା ଓ ଦର୍ଶକଙ୍କ ପାଖରେ ପହଞ୍ଚିଥିଲା । ଏସବୁ ଦେଖିବା ପାଇଁ ସହଜ ବ୍ୟବସ୍ଥା କରାଯାଇଥିଲା । ଉତ୍ସର୍ଗୀକୃତ ମନ୍‍ କୀ ବାତ୍‍ ୟୁଟ୍ୟୁବ ଚାନେଲ ଏବଂ ଟ୍ୱିଟର ହ୍ୟାଣ୍ଡେଲ କ୍ଷେତ୍ରରେ 2020ରେ ବେଶ୍‍ ତୀବ୍ର ଅଭିବୃଦ୍ଧି ହାସଲ ହୋଇଛି । ଏବେ ମନ୍‍ କୀ ବାତ୍‍ ଟ୍ୱିଟର ହ୍ୟାଣ୍ଡେଲର ଫଲୋଅରଙ୍କ ସଂଖ୍ୟା 67000ରୁ ଅଧିକ । ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମର ବିଭିନ୍ନ ଅଧ୍ୟାୟକୁ ଆଞ୍ଚଳିକ ଭାଷାରେ ୟୁଟ୍ୟୁବ୍‍ ଚାନେଲରେ ପ୍ରସାରଣ କରାଯାଉଛି । ବିଭିନ୍ନ ଭାଷାର ପ୍ରାୟ 1500 ରେଡିଓ ନାଟକ ଡିଡି ଓ ଏଆଇଆର ନେଟୱାର୍କରେ ଉପଲବ୍‍ଧ । ସେଗୁଡିକୁ ଏବେ ଡିଜିଟାଇଜ କରାଯାଇ ଆମ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି । ଶିକ୍ଷା ସମ୍ବନ୍ଧୀୟ ବିଷୟବସ୍ତୁର ହଜାର ହଜାର ଘଣ୍ଟା କାର୍ଯ୍ୟକ୍ରମ ଏବଂ ଟେଲିକ୍ଲାସେସ ଏବେ ୟୁଟ୍ୟୁବ୍‍ ଚାନେଲରେ ବିଭିନ୍ନ ଭାଷାରେ ଉପଲବ୍ଧ । ବିରଳ ଅଭିଲେଖାତ୍ମକ ବିଷୟବସ୍ତୁ ଯାହାର ବିଶେଷ ଐତିହାସିକ ମୂଲ୍ୟ ରହିଛି ତାହା ଏବେ ଆକାଶବାଣୀ ଓ ଦୂରଦର୍ଶନରେ ଉପଲବ୍ଧ । ସେଗୁଡିକୁ ଡିଜିଟାଇଜ କରାଯାଇ ପ୍ରସାର ଭାରତୀ ଆର୍କାଇଭ ୟୁଟ୍ୟୁବ୍‍ ଚାନେଲରେ ଅପ୍‍ଲୋଡ କରାଯାଉଛି । ଜନସ୍ୱାର୍ଥରେଏକ ଉତ୍ସର୍ଗୀକୃତ ଟିମ୍‍ ଏ ସବୁ ଗୀତ ଓ ସଂଗୀତ, ସଂସ୍କୃତି, ରାଜନୀତି ବିଷୟକ ତଥ୍ୟାବଳୀକୁ ବିଭିନ୍ନ ଟେପ୍‍ରୁ ଉଦ୍ଧାର କରି ଡିଜିଟାଇଜ କରୁଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ବିଭିନ୍ନ କେନ୍ଦ୍ରରେ ବିଭିନ୍ନ ସମୟରେ ଏସବୁ କାର୍ଯ୍ୟକ୍ରମ ରେକର୍ଡ ହୋଇଥିଲା; ଯାହା ଏବେ ଟେପ୍‍ରେ ରହିଛି । ଏସବୁ ଉଦ୍ଧାର ହୋଇ ସହଜ ଏବଂ ସୁବିଧାରେ ସର୍ବସାଧାରଣଙ୍କୁ ଉପଲବ୍‍ଧ ହେଲେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବିଶେଷ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ