୨୦୨୪-୨୫ ବର୍ଷ: ୩୧୪ କୋଟିର ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଆଦିବାସୀ ଅଧ୍ଯୁଷିତ ଉପାନ୍ତ ତଥା ବନ ପାହାଡ଼ ଘେରା ଗଜପତି ଜିଲ୍ଲା ଚୋରା ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି. ଏହି ଜିଲ୍ଲାର ବନ ପାହାଡ଼ ଘେରା ଜଙ୍ଗଲ ଜମି ଜମିରେ ବେଆଇନ ଭାବେ ସେଠାକାର ନିରୀହ ଓ ଗରିବ ଆଦିବାସୀମାନଙ୍କୁ ନାମକୁମାତ୍ର ଦରରେ ପାରିଶ୍ରମିକ ଦେଇ ବ୍ୟାପକ ଭାବେ ଚଳାଇଛନ୍ତି ଗଞ୍ଜେଇ ଚାଷ। ଗତ ୨୦୨୪ ଠାରୁ ଚଳିତ 2025 ମାତ୍ର 1 ବର୍ଷରେ ୩୧୪ କୋଟି ଟଙ୍କାର ଗଞ୍ଜେଇ ବିଭିନ୍ନ ଭାବେ ଜବତ କରାଯିବା ସହ ଚୋରା ଗଞ୍ଜେଇ ଚାଷକୁ ଚଢା କରି ନିଆଁ ଲଗାଇ ପୋଡି ଦିଆ ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି. ବର୍ତ୍ତମାନ ଜିଲ୍ଲା ପୁଲିସ, ବନବିଭାଗ, ଅବକାରୀ ବିଭାଗ ଏବଂ ସ୍ଵତନ୍ତ୍ର ଫୋର୍ସ ଯେତେ ଚୋରା ଗଂଜେଇ ଗଛ କାଟୁଛନ୍ତି ତାହାର ଦିଗୁଣ ଚୋରାରେ ଗଞ୍ଜେଇ ଚାଷ ବଢ଼ିବାରେ ଲାଗିଛି. ଜିଲ୍ଲା ଅବକାରୀ ବିଭାଗର ସୂଚନା ଅନୁଯାୟୀ ୨୦୨୩-୨୪ ବର୍ଷରେ ୧୦୪ କୋଟି ୧ଲକ୍ଷ ୬ ହଜାର ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଲଗା ଅଲଗା କେସ୍ରେ ୫୨୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି. ସେହିପରି ୨୦୨୪-୨୫ ବର୍ଷରେ ୩୧୪ କୋଟି ୯୬ ଲକ୍ଷ ୧୦ ହଜାର ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ଏହି ଚୋରା ଗଞ୍ଜେଇ କରବାରରେ ୭୧୮ ଜଣ ଗିରଫ ହୋଇଥିଲେ। ବର୍ତ୍ତମାନ ସୁଧା ଚଳିତ ବର୍ଷ (୨୦୨୫-୨୬ରେ ) ଏହି କେସ୍ ବହୁ ଅଧିକ ହୋଇ ୭ କୋଟି ୨ ଲକ୍ଷ ୯୪ ହଜାର ୮୨୭ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଗତ ବର୍ଷ ୧୨ ଲକ୍ଷ ୯୫ ହଜାର ଟଙ୍କାର ଭାଙ୍ଗ ଜବ ଜବତ କରାଯାଇଥିବା ବେଳେ ୯୦୪ ଏକର ଅଞ୍ଚଳର ୧୮ଲକ୍ଷ ୭ ହଜାର ୭୮୮ ଗଛ ନଷ୍ଟ କରାଯାଇ ଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ଠିକ୍ ସେହିପରି ଚଳିତ ବର୍ଷ ବର୍ତମାନ ସୁଦ୍ଧା ବିପୁଳ ପରିମାଣର ଗଛ ନଷ୍ଟ କରାଯାଇଥିବା ଏବଂ ୨୦ ହଜାର କେଜି ଭାଙ୍ଗ ନଷ୍ଟ କରିଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଗଜପତିରୁ ଗଞ୍ଜେଇ ଆନ୍ଧ୍ର, ତାମିଲନାଡୁ ଠାରୁ ଆରମ୍ଭ କରି ଦିଲ୍ଲୀ ମୁମ୍ବାଇ, ବିହାର ଚାଲାଣ ହେଉଛି। ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ପ୍ରଦୀପ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକଙ୍କୁ ସଚେତନ କରିବା ସତ୍ତ୍ୱେ ମାନସିକସ୍ତରରେ ସେତେଟା ପରିବର୍ତ୍ତନ ଆସୁନାହିଁ । ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି।


