ମହିଳାଙ୍କୁ ଅସଦାଚରଣ ଅଭିଯୋଗ,ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା (ଯୁଗାବ୍ଦ ନୁୃ୍ୟଜ୍) : ଜନୈକ ମହିଳାଙ୍କୁ ଅସଦ ବ୍ୟବହାର କରିବା ଓ ସ୍ୱାମୀଙ୍କୁ ମାଡମାରିବା ଅଭିଯୋଗ ଉପରେ ପୋଲିସର ଉଦାସିନତାକୁ ନେଇ ସଂପୃକ୍ତ ମହିଳା ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତର କୋରୁଆ ଗ୍ରାମର ଶଙ୍କର୍ଷଣ ସାହୁଙ୍କ ପତ୍ନୀ ନିର୍ଲିପ୍ତା ପ୍ରଧାନ ସଦର ଥାନାରେ ଗତ ୧୦ତାରିଖରେ ଅଭିଯୋଗ କରିଥିଲେ ଯେ ୯ତାରିଖ ବିଳମ୍ବିତ ରାତିରେ ସେହି ଗ୍ରାମର ପ୍ରଭାତ କୁମାର ଲେଙ୍କା ଓ ଅନ୍ୟମାନେ ତାଙ୍କ ଘରେ ପଶି ତାଙ୍କୁ ଅସଦ ବ୍ୟବହାର କରିଥିଲେ । ତାଙ୍କ ସ୍ୱାମୀ ତାହାର ପ୍ରତିବାଦ କରିବାରେ ସେମାନେ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ ନିର୍ଲିପ୍ତାଙ୍କ ଠାରୁ ସୁନାଚେନ, ସୁନାମୁଦି, ମଙ୍ଗଳସୁତ୍ର, ସୁନାକାନଫୁଲ ଓ ସ୍ୱାମୀଙ୍କ ଠାରୁ ସୁନା ବ୍ରେସଲେଟ ପ୍ରଭୃତି ଛଡାଇ ନେଇଥିଲେ ।ଏହି ଅଭିଯୋଗକୁ ଭିତ୍ତିକରି କେନ୍ଦ୍ରାପଡା ସଦର ଥାନା ପୋଲିସ ୧୫୫/୨୦୧୯ରେ ଆଇପିସିର ୩୪୧, ୩୨୩, ୨୯୪, ୪୪୮, ୩୫୪(ବି), ୩୭୯, ୫୦୬ ଓ ୩୪ ଦଫାରେ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବାରୁ ସେମାନେ ନିର୍ଲିପ୍ତା ଏବଂ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଉଥିବା ନିର୍ଲିପ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ସେହି ଅଭିଯୋଗ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ଏସପିଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ