ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଏସଡିପିଓଙ୍କୁ ଅଭିଯୋଗ

କେନ୍ଦ୍ରାପଡା ଯୁଗାବ୍ଦ ନ୍ୟୁଜ୍) ଜନୈକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁନଥିବା ବିରୋଧରେ ମହିଳାଙ୍କ ସ୍ୱାମୀ ଗୁରୁବାର କେନ୍ଦ୍ରାପଡା ଏସଡିପିଓଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଚକଡା ଗ୍ରାମର ରମେଶ ମଳିକ ଅଭିଯୋଗ କରିଛନ୍ତି ଯେ ଗତ ୧୭ତାରିଖ ରାତି ପ୍ରାୟ ୮ଟା ସମୟରେ ତାଙ୍କ ପତ୍ନୀ ଘରେ ଏକୁଟିଆ ଶୋଇଥିବା ସମୟରେ ସେହି ଗ୍ରାମର କୃଷ୍ଣ ମଳିକଙ୍କ ପୁଅ ଗୁଣନିଧି ମଳିକ ତାଙ୍କ ଘରେ ପଶି ପତ୍ନୀଙ୍କ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ । ତାଙ୍କ ପତ୍ନୀ ପ୍ରତିବାଦ କରିବାରେ ଗୁଣନିଧି ତାଙ୍କ ପତ୍ନୀଙ୍କ ତଂଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ତାଙ୍କ ପତ୍ନୀ ଚିତ୍କାର କରି ଡାକି ପକାଇବାରୁ ଅଭିଯୁକ୍ତ ତାଙ୍କ ପତ୍ନୀଙ୍କୁ ମୁର୍ମୁଷ ଅବସ୍ଥାରେ ଛାଡି ପଳାଇ ଯାଇଥିଲା । ଏସମ୍ପର୍କରେ ରମେଶ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୦୫/୨୦୧୯ରେ ଆଇପିସିର ୪୫୦, ୩୭୬, ୩୨୩, ୨୯୪ ଓ ୫୦୬ ଦଫାରେ ମାମଲା ରୁଜୁ କରିଦେଇ ବସିପଡିଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନିମନ୍ତେ ରମେଶ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଅଭିଯୋଗ କରିଥିଲେ । ଏସଡିପିଓ ଶ୍ରୀ ପଣ୍ଡା ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟାଉନ ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ