୨୧ କେଜି ଗଞ୍ଜେଇ ଜବତ: ଜଣେ ଯୁବତୀ ସହ ୨ ଜଣ ଅନ୍ତ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଦ୍ୱାରା ୨୧କେଜି ୧୫୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣେ ଯୁବତୀ ସହ ୨ ଜଣ ଅନ୍ତ ରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ ହୋଇଥିବା ଜଣାପଡିଛି l ସୂଚନା ଯେ ଗୁରୁବାର ରାତିରେ ମୁନିଗୁଡାର ରେଳ ଷ୍ଟେସନ ପରିସରରେ  ନୂତନ ଭାବେ ତିଆରି ହେଉଥିବା ରେଲକୋଚ ରେସଟୁରାଣ୍ଟ ନିକଟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ମୁନିଗୁଡା ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଥାନା ଆଇଆଇସି ସୌଦାମିନୀ ବେହେରାଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ଗଠନ କରି ଏସଆଇ ବିକାଶ ଦେବନାଥ ଗୌର ଚନ୍ଦ୍ର ପଣ୍ଡା, ଇଞ୍ଜୁ ଶବର,ଗୋବିନ୍ଦ ଯାକକା,ଜୁଲି କୁମାରୀ ଦାସ ପ୍ରମୁଖ ସେଠାରେ ପହଞ୍ଚି ଯାଞ୍ଚ କରିଥିଲେ l ଦୁଇ ଜଣ ଗଞ୍ଜେଇ ଚାଲାଣ ନିମନ୍ତେ ପ୍ରସ୍ତୁତି କରୁଥିବା ସମୟରେ ଏମାନଙ୍କ ଠାରୁ ଗଞ୍ଜେଇ ଯବତ କରାଯାଇଥିଲା l ୨ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ବେଳେ ଏମାନେ ଉକ୍ତ ଗଞ୍ଜେଇ କେରଳ ରାଜ୍ୟକୁ ନେଇ ଯାଉଥିବା ପ୍ରକାଶ କରିଥିଲେ l ଏହି ଗଞ୍ଜେଇ ଗୁଡିକୁ ଓଜନ କରିବା ପରେ ଏହା ୨୧କେଜି ୧୫୦ଗ୍ରାମ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ୍ୟରୁ ଉର୍ଦ୍ଧ ଟଙ୍କା ବୋଲି ଜଣାପଡିଥିଲା l ଉକ୍ତ ଦୁଇ ଜଣ ହେଲେ କେରଳ ରାଜ୍ୟ ଭେଲାମୁଣ୍ଡା,ୱାୟଣ୍ଡ ଓ ଥ୍ରୀସୁର ଅଞ୍ଚଳର ମହମ୍ମଦ ସିଆସ (୨୬) ଓ ମହିଳା ସହଯୋଗୀ ସାଭାନା କେ.ଏଚ (୨୪) ବୋଲି ଜଣାପଡିଛି l ଏମାନେ ଉକ୍ତ ଗଞ୍ଜେଇ ମୁନିଗୁଡା ଅଞ୍ଚଳରୁ ଆଣି ଟ୍ରେନ ଯୋଗେ କେରଳ ରାଜ୍ୟକୁ ଚାଲାଣ କରିବାକୁ ଯୋଜନା କରୁଥିବା ଥାନା ସୂତ୍ରରୁ ଜଣାପଡିଛି l ଏନେଇ ମୁନିଗୁଡା ଥାନା କେଶ ନମ୍ବର ୧୮୫/୨୦୨୫ ରେ ମାମଲା ରୁଜୁ କରି ଦୁଇ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଶୁକ୍ରବାର କୋର୍ଟକୁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ