ବିଶାଖାପାଟଣାରେ ୨୮ତମ ଜାତୀୟ ଇ-ଗଭର୍ଣ୍ଣାଂଶ ସମ୍ମିଳନୀ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶୁଆକାଟୀ ଗ୍ରାମ ପଞ୍ଚାୟତ ୨୨ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର (NAeG) ୨୦୨୫ରେ ଏକ ମର୍ଯ୍ୟାଦାଜନକ ଜୁରି ପୁରସ୍କାର ଜିତି ଓଡ଼ିଶା ଏବଂ କେନ୍ଦୁଝର ପାଇଁ ସୁନାମ ଆଣି ଦେଇଛି। ଆଜି ବିଶାଖାପାଟଣାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ୨୮ତମ ଜାତୀୟ ଇ-ଗଭର୍ଣ୍ଣାଂଶ ସମ୍ମିଳନୀରେ ବାଂଶପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଂଜିତ ପ୍ରତାପ ବଳ ଓ ଶୁଆକାଟୀ ସରପଞ୍ଚ ଶ୍ରୀମତୀ କୌତୁକ ନାଏକ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଚଳିତ ବର୍ଷ ପ୍ରଥମଥର ପାଇଁ ଗ୍ରାମ ପଞ୍ଚାୟତ ଲାଗି ଉଦ୍ଦିଷ୍ଟ ବର୍ଗରେ ଏହା ଦେଶର ଅନ୍ୟ ତିନୋଟି ସ୍ଥାନୀୟ ସଂସ୍ଥା ମଧ୍ୟରେ ସ୍ଥାନ ପାଇ ଏକ ଵିରଳ ସଫଳତା ହାସଲ କରିପାରିଛି। ଏହି ସମ୍ମାନ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ପ୍ରଦାନକୁ ବୃଦ୍ଧି କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିଥିବା ପଦକ୍ଷେପ ଗୁଡ଼ିକକୁ ପ୍ରୋତ୍ସାହିତ କରିବା ଲାଗି ଉଦ୍ଦିଷ୍ଟ ଅଟେ।ଦେଶର ସରକାରୀ ଏଜେନ୍ସି ଏବଂ ପ୍ରତିଷ୍ଠାନ ଗୁଡ଼ିକରେ ଡିଜିଟାଲ୍ ଶାସନରେ ଉତ୍କର୍ଷତାକୁ ସ୍ୱୀକୃତି ଏବଂ ପ୍ରୋତ୍ସାହିତ କରିବା ପାଇଁ କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରଣାଳୟ ଦ୍ୱାରା ଇ-ଗଭର୍ଣ୍ଣାନ୍ସ ପାଇଁ ବାର୍ଷିକ ଜାତୀୟ ପୁରସ୍କାର ଅନୁଷ୍ଠିତ ହୋଇଥାଏ। କୃତ୍ରିମ ବୁଦ୍ଧିମତ୍ତା ଏବଂ ନୂତନ ଯୁଗର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନବସୃଜନ, ସାଇବର ସୁରକ୍ଷା ଅଭ୍ୟାସ, ଡାଟା ବିଶ୍ଳେଷଣ ମାଧ୍ୟମରେ ଡିଜିଟାଲ୍ ପରିବର୍ତ୍ତନ ଏବଂ ରାଜ୍ୟ କିମ୍ବା ଜିଲ୍ଲା ସ୍ତରରେ ସଫଳ ଜାତୀୟ ପ୍ରକଳ୍ପଗୁଡ଼ିକର ପ୍ରତିକୃତି ସମେତ ଛଅଟି ବର୍ଗରେ ମୋଟ ୧୦ଟି ସ୍ୱର୍ଣ୍ଣ ଏବଂ ୬ଟି ରୌପ୍ୟ ପୁରସ୍କାର ଘୋଷଣା କରାଯାଇଥିଲା।ଇ-ଗଭର୍ଣ୍ଣାନ୍ସରେ ଭାରତର ପ୍ରଗତିକୁ ପାଳନ କରିବା ଏବଂ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଆଲୋଚନା କରିବା ପାଇଁ ସାରା ଦେଶରୁ ଡିଜିଟାଲ୍ ଅଗ୍ରଣୀଙ୍କ ଏକ ସମାବେଶ ୨୮ତମ ଜାତୀୟ ଇ-ଗଭର୍ଣ୍ଣାନ୍ସ ସମ୍ମିଳନୀରେ ଆୟୋଜିତ ହେଇଛି ଯାହା ଆସନ୍ତାକାଲି ଉଦଯାପିତ ହେବ। ସୂଚନାଯୋଗ୍ୟ ଶୁଆକାଟୀ ଗ୍ରାମ ପଞ୍ଚାୟତ ଓଡ଼ିଶା ୱାନ ଏବଂ ସେବା ଓଡ଼ିଶା ପ୍ଲାଟଫର୍ମ ମାଧ୍ୟମରେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଡିଜିଟାଇଜ କରିଛି, ଯାହା ୨୪ ଘଣ୍ଟିଆ ନାଗରିକଙ୍କୁ ଉପଲବ୍ଧତା ପ୍ରଦାନ କରୁଛି। ମହିଳା ନେତୃତ୍ୱ ଏବଂ ଅନ୍ତର୍ଭୁକ୍ତ ସେବା ପ୍ରଦାନକୁ ସୁନିଶ୍ଚିତ କରି ପ୍ରଯୁକ୍ତିବିଦ୍ୟାର ଉପଯୁକ୍ତ ବ୍ୟବହାର ଦ୍ୱାରା ନାଗରିକ ସେବାରେ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିପାରିଛି।ଜିଲ୍ଲାରେ ଇ-ଗଭର୍ଣ୍ଣାନ୍ସକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରି ଜିଲ୍ଲାପାଳ, କେନ୍ଦୁଝର ଶ୍ରୀ ବିଶାଳ ସିଂହ କହିଛନ୍ତି“ଶୁଆକାଟୀ ଗ୍ରାମପଞ୍ଚାୟତ ଜାତୀୟ ସ୍ତରରେ ପୁରସ୍କୃତ ହେବା କେନ୍ଦୁଝର ଜିଲ୍ଲା ପାଇଁ ଏକ ଅତ୍ୟନ୍ତ ଗର୍ବ ଏବଂ ଆନନ୍ଦର ମୁହୂର୍ତ୍ତ। ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାରରେ ଶୁଆକାଟୀ ଗ୍ରାମ ପଞ୍ଚାୟତକୁ ସ୍ୱତନ୍ତ୍ର ଜୁରି ପୁରସ୍କାର ମିଳିବା ତୃଣମୂଳ ସ୍ତରରେମଧ୍ୟପ୍ରଯୁକ୍ତିରପରିବର୍ତ୍ତନକାରୀ ଶକ୍ତିର ପ୍ରମାଣ। ଏହି ମାନ୍ୟତା ନବସୃଜନ ଏବଂ ଦୃଢ଼ ସମର୍ପଣଭାବ ଦ୍ୱାରା ପ୍ରଭାବଶାଳୀ ଶାସନ ପ୍ରକୃତରେ ଗ୍ରାମୀଣ ସମ୍ପ୍ରଦାୟକୁ ଉନ୍ନତ କରିପାରିବ ବୋଲି ଥିବା ଆମର ବିଶ୍ୱାସକୁ ଦୃଢ଼ କରୁଛି। ମୁଁ ଶୁଆକାଟୀ ପଞ୍ଚାୟତର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ଉନ୍ନତ ଦୃଷ୍ଟିକୋଣ, ପ୍ରତିବଦ୍ଧତା ଏବଂ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛି। ଏହି ସଫଳତା ନିଶ୍ଚିତ ଭାବରେ ଜିଲ୍ଲା ଏବଂ ବାହାରେ ଥିବା ଅନ୍ୟ ପଞ୍ଚାୟତଗୁଡ଼ିକୁ ଉନ୍ନତ ସେବା ପ୍ରଦାନ ପାଇଁ ଡିଜିଟାଲ୍ ମାଧ୍ୟମକୁ ଗ୍ରହଣକରିବାକୁପ୍ରେରଣାଦେବ।”ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ଆଉ ଦୁଇ ପାଦ ଆଗକୁ ନେବା ଦିଗରେ, ଜିଲ୍ଲା ପ୍ରଶାସନ ସମସ୍ତ ସରକାରୀ କାର୍ଯ୍ୟ OSWAS(ଓଡିଶାରାଜ୍ୟକାର୍ଯ୍ୟପ୍ରବାହ ସ୍ୱୟଂଚାଳିତ ବ୍ୟବସ୍ଥା) ମାଧ୍ୟମରେ କରାଯାଉଛି। ଓସ୍ଵାସ ମାଧ୍ୟମରେ ସମସ୍ତ ନଥି କାର୍ଯ୍ୟ ସମ୍ପାଦନ ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇସାରିଛି ଯାହାଫଳରେ ପ୍ରଶାସନିକ କାର୍ଯ୍ୟରେ ଆଶାତୀତ ଗତିଶୀଳତା ବୃଦ୍ଧି ଘଟିଛି।