କଟକରେ ୩ ପୋଲିସ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ, ୫ ଗିରଫ

କଟକ, (ଓ୍ବାଇଏନଏସ): ରାଜ୍ୟର ପୁଲିସ ମୁଖ୍ୟାଳୟ ଥିବା ସହର ‘କଟକ’ରେ ସୁରକ୍ଷା ଦେଉଥିବା ପୁଲିସ କର୍ମଚାରୀମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଷଷ୍ଠ ବାଟାଲିୟନ ପରିସରରେ ପୁଲିସ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ପୁଲିସ କର୍ମଚାରୀ ଲହୁ ଲୁହାଣ ହୋଇଛନ୍ତି। ପୁଲିସ କ୍ୟାମ୍ପସ ଭିତରେ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ପ୍ରେମୀଯୁଗଳଙ୍କୁ ବାରଣ କରିବାକୁ ନେଇ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଷଷ୍ଠ ବାଟାଲିୟନ ପରିସରରେ ଏହି ତୁମୁଳକାଣ୍ଡ ହୋଇଛି। ପ୍ରଥମେ ପ୍ରେମୀଯୁଗଳଙ୍କ ସହ ହାତାହାତୀ ଏବଂ ତାପରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ପ୍ରେମିକ ପ୍ରଶାନ୍ତ ପାତ୍ର ନିଜର ବାନ୍ଧବୀଙ୍କୁ ନେଇ ବାଟାଲିୟନର ବସିଥିବା ବେଳେ ବାରଣ କରିବାରୁ ଏହି କାଣ୍ଡ ଘଟିଛି। ପ୍ରଶାନ୍ତ ତାର ଅନ୍ୟ ସହଯୋଗୀଙ୍କୁ ଡାକି ଷଷ୍ଠ ବାଟାଲିୟନ ଭିତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଇଛି। ଏହି ଆକ୍ରଣମଣରେ ୪ଜଣ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି। ଗୁରୁତର ପୁଲିସ କର୍ମଚାରୀମାନେ ହେଲେ ଶ୍ରୀକାନ୍ତ ଗମାଙ୍ଗ, ବିପନ୍ନ ଦାସ, ଡେପୁଟି ସୁବେଦାର ମାନସ ରଣ ସିଂ, ସିପାହୀ ପ୍ରଶାନ୍ତ ମୁଦୁଲି। ଏମାନଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପଟେ ପୁଲିସ ଉପରେ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଆଇଜି ସତୀଶ ଗଜଭିୟେ କହିଛନ୍ତି, ପୁଲିସକୁ ମାଡ଼ ମାରିବାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ଗମ୍ଭୀରତା ସହ ନେଇଛନ୍ତି। ଅଭିଯୁକ୍ତମାନେ ଥାନାରେ ଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏସିପି (ଜୋନ-୫) ସୁଧାଂଶୁ ଜେନା କହିଛନ୍ତି, ପୁଲିସ ଉପରେ ଆକ୍ରମଣ ଦୃର୍ବୁତ୍ତମାନକୁ ମହଙ୍ଗା ପଡିଛି। ପ୍ରେମିକ ସମେତ ତାର ୫ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଆକ୍ରମଣକାରୀ ଯୁବକଙ୍କ ୪ଟି ଗାଡ଼ିକୁ ପୁଲିସ ଜବତ୍ କରିଛି। ଧାରୁଆ ଅସ୍ତ୍ର ଭଳି ଜିନିଷରେ କର୍ତ୍ତବ୍ୟରତ ପୁଲିସଙ୍କୁ ଆକ୍ରମଣ ହୋଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଛି। ଅନ୍ୟପଟେ ଅଭିଯୁକ୍ତ ପ୍ରଶାନ୍ତ ପାତ୍ରର ମା’ ପଦ୍ମାବତୀ ପାତ୍ର କହିଚନ୍ତି, ପୁଲିସକୁ ମୋ ପୁଅ ଆକ୍ରମଣ କରି ନାହିଁ। ଯୁବତୀ ଜଣକ ମୋ ପୁଅର ବାନ୍ଧବୀ। ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇଛି। ଚର୍ଚ୍ଚା ହେଉଛି ଆକ୍ରମଣ କରୁଥିବା ଦୁର୍ବୃତ୍ତଙ୍କ ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା ନିର୍ଦ୍ଧିଷ୍ଟ ଗ୍ୟାଙ୍ଗର ସଦସ୍ୟ କିନ୍ତୁ ପୋଲିସ ଏହାକୁ ଖଣ୍ଡନ କରୁଛି। ତେବେ ପ୍ରଶ୍ନ ଉଠୁଛି ଷଷ୍ଠ ବାଟାଲିୟନ କ୍ୟାମ୍ପସ ଭିତରେ ସୁରକ୍ଷା ଭେଦି କେମିତି ପହଞ୍ଚିଲେ ପ୍ରେମୀଯୁଗଳ। ବାଟାଲିୟନ ଭିତରେ ଅର୍ମେରୀ ରହୁଛି। ଏହା ସତ୍ତ୍ୱେ ବି କେମିତି ସୁରକ୍ଷା ଥିଲା ଢିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ