ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ବିଡିଓଙ୍କୁ ଦାବିପତ୍ର
ହାଟଡ଼ିହି : ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମର ଅନେକ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ରବିନ୍ଦ୍ର ଜେନା, ଭଗବାନ ଜେନା, ଗୟାଧର ଜେନା, ପଦ୍ମନାଭ ପରିଡା, ବିନୋଦ ଓଝା, କମଳାକାନ୍ତ ଓଝା, ଲକ୍ଷ୍ମଣ ଓଝା, ଶତୃଘ୍ନ ଓଝା, ବୃନ୍ଦାବନ ଖଣ୍ଡା, ଅଭୟ ଜେନା, ପୁରସ୍ତମ ବେହେରାଙ୍କ ସମେତ ଅନେକ ହିତାଧିକାରୀ ଆବସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କ ନାମ ଏସ.ଇ.ସି.ସି ତାଲିକାରେ ଥିଲେବି ସେମାନଙ୍କ ନାମକୁ ତଦନ୍ତ ବେଳେ ଆକ୍ରୋଶମୁଳକ ଭାବେ ବାଦ ଦିଆଯାଇ ଅନ୍ୟ ମାନଙ୍କୁ ବାସଗୃହ ଯୋଗାଇ ଦିଆଯାଉଥିବାବେଳେ ଏହି ଗରିବ ପରିବାର ଗୁଡିକ ଆବାସ ଯୋନାରୁ ବଞ୍ଚିତ ହୋଇ ରହିଛନ୍ତିବୋଲି ଅଭିଯୋଗ କରିଛନ୍ତି । ଏନେଇ ସେମାନେ ବ୍ୟକ୍ତିଗତ ଭାବେ ଜଣ ଜଣ କରି ବିଡିଓଙ୍କୁ ଆବେଦନ କରି ସେମାନଙ୍କୁ ବାସଗୃହ ଯୋଜନାରେ ସାମିଲ କରାଇବାକୁ ଦାବି କରିଛନ୍ତି ।