ବିଡେକା ଭବନରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ଭଞ୍ଜନଗର ,(ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ରେ ବିଡେକା ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ମିଳିତ ଭାବରେ ସ୍ଥାନୀୟ ବିଡେକା ଭବନ ନିକଟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଏସଡିପିଓ ଶୁଭ୍ରାଶୁଂ ଶେଖର ସାହୁ ଯୋଗ ଦେଇଥିବାବେଳେ ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଯୋଗ ଦେଇ ଶିବିର ଅନୁଷ୍ଠିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ୩୫ ୟୁନିଟି ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ଶିବିରରେ ବହୁ ରାଜନୈତିକ କର୍ମୀ ଯୋଗ ଦେବା ସହ ବହୁ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିହାର ରଂଜନ କୁମାର ସାମନ୍ତରାୟ ,ସନ୍ତୋଷ କୁମାର ଗୈାଡ, ରକ୍ତ ଭଣ୍ଡାରର ଏସଡିଏମଓ ଡାକ୍ତର ପିତାମ୍ବର ଦାସ ,ଇତିଶ୍ରୀ ତ୍ରିପାଠୀ, ଶ୍୍ୟାମ ସୁନ୍ଦର ତ୍ରିପାଠୀ ଆଦି ବହୁ ଅଧିକାରୀ ରକ୍ତଦାନ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ