୩୩ତମ ରାଜ୍ୟ ସ୍ତରୀୟ ଶାରଳା କପ୍
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପଛ ପଡିଆ ନରେନ୍ଦ୍ର ଷ୍ଟାଡିୟମ ରେ ୩୩ତମ ଶାରଳା କପ୍ ଉଦୁଘାଟନ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧକ୍ଷ ସ୍ୱାଧୀନ କୁମାର ନାୟକ, ପ୍ରତିଷ୍ଠାତା ଚୈତନ୍ୟ ମହାନ୍ତି, ନଟକିଶୋର ମହାନ୍ତି,ସଭାପତି ଯୁଗଳ କିଶୋର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।ତୃତୀୟ କ୍ଵାଟର ଫାଇନାଲ ମ୍ୟାଚରେ ପରସ୍ପର କୁ ଭେଟିଥିଲେ କୁମାରବସ୍ତ ଖୋର୍ଦ୍ଧା ବନାମ ଆଦିତ୍ୟ ଇଲେଭେନ ଭୁବନେଶ୍ୱର।ପ୍ରଥମେ ଟସ ଜିତି ଆଦିତ୍ୟ ଇଲେଭେନ ବୋଲିଂ କରିବାକୁ ନିଷ୍ପତି ନେଇଥିବା ବେଳେ କୁମାରବସ୍ତ ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଧାରିତ ୨୦ଓଭର ରେ ପୂର୍ବରୁ ସମସ୍ତ ଉଇକେଟ ହରାଇ ୧୪୬ରନ ସଂଗ୍ରହ କରିଥିଲେ।ଦଳ ପକ୍ଷରୁ ଲିପୁ ୩୩ବଲ ରେ ୪୭ରନ କରିଥିଲେ।ଏହାର ଜବାବ ରେ ଆଦିତ୍ୟ ଇଲେଭେନ ୧୪୭ ରନ ର ବିଜୟ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭର ପୂର୍ବରୁ ତଥା ୧୮ଓଭର ରେ ୬ଉଇକେଟ ହରାଇ ୧୪୯ରନ ସଂଗ୍ରହ ମ୍ୟାଚ ବିଜୟି ହୋଇଥିଲା।ସୋମ୍ୟ ରଞ୍ଜନ ବିଶ୍ୱାଳ ୩୮ରନ କରିଥିଲେ।ଉପସ୍ଥିତ ଅତିଥି ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ଉପସଭାପତି ପ୍ରକାଶ ଚନ୍ଦ୍ର ବେହେରା ଙ୍କ ଦ୍ୱାରା ଆଦିତ୍ୟ ଇଲେଭେନ କ୍ଷମା ସାଗର ବଳ ୪ଓଭର ରେ ୪ଉଇକେଟ ନେଇଥିବାରୁ ଚଳିତ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା।ଖେଳ ପରିଚାଳନା ରେ ମାଷ୍ଟର ସନ୍ତୋଷ ଓ ଡ୍ୟାନସିଂ ଅମ୍ପୟାର ବବୁଲ।ପ୍ରକାଶ ଚନ୍ଦ୍ର ବେହେରା, ରାକେଶ ମହାନ୍ତି, ଖେଳ ଧାରାବିବରଣୀ ପ୍ରଦାନ କରିଥିଲେ।କ୍ରୀଡା ସମ୍ପାଦକ ମିଥୁନ ବେହେରା, ମିଡ଼ିଆ ସେଲ ସମ୍ପାଦକ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶାରଳା କ୍ଳବ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳ ପରିଚାଳନା ରେ ସହଯୋଗ କରିଥିଲେ।


