ଯୁବକର ଝୁଲନ୍ତା ଶବ ଠାବ, ଆତ୍ମହତ୍ୟା ସନ୍ଦେହ

କଳାହାଣ୍ଡି,(ୱାଇଏନ୍ଏସ୍): ଯୁବକର ଝୁଲନ୍ତା ମୃତଦେହ ମହୁଳ ଗଛରୁ ଉଦ୍ଧାର କରାଯାଇଛି | କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମହିମା ପଞ୍ଚୟତ ଘଣ୍ଟିଗୁଡା କୁଲେରଗୁଡା ବିଜୁ ଏକ୍ସପ୍ରେସୱେ ରାସ୍ତାର କିଛି ଦୂର ବ୍ୟବଧାନରେ ଥିବା ଏକ ମହୁଲ ଗଛରୁ ଆଜି ଜଣେ ଯୁବକର ଝୁଲନ୍ତା ଶବ ଦେଖିବାକୁ ମିଳିଛି । ଖବର ପାଇ ଆମପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ହେଲେ ଜୟପାଟଣା ଥାନା ପଲସପାଣି ଗ୍ରାମର କ୍ଷିରସିନ୍ଧୁ ସବର ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହେଇନଥିବା ବେଳେ ପୋଲିସ ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ତେବେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ଶବ ଉଦ୍ଧାର କରାଯିବ ବୋଲି ଆମପାଣି ପୋଲିସ ପକ୍ଷରୁ ସୂଚନା ମିଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ