କାର, ମଦ ସହ ଟଙ୍କା ଜବତ ୨ ଗିରଫ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲାରେ ଅବାଧ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜିଲା ପ୍ରଶାସନର ଜୋରଦାର ଚେଷ୍ଟା ଜାରି ରହିଛି। ଏଥିପାଇଁ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡିମୋଟର ଯାଞ୍ଚ କରାଯାଉଛି। ରବିବାର ଫ୍ଲାଇଙ୍ଗ ସ୍ପାଡ୍ ପକ୍ଷରୁ ଭବାନୀପାଟଣା ହିଲ ଟାଉନ ପାଖରେ ଗାଡିମୋଟର ଯାଞ୍ଚ କରାଯାଉଥିବା ସମୟରେ ଏକ କାର ନଂ. ଓଡ଼ି ଓଡ଼ି ୦୮ ଟି -୧୬୧୭ ରୁ ୩୮୮.୮୦୦ ଲିଟର ବିଭିନ୍ନ ପ୍ରକାର ବିଦେଶୀ ମଦ, ନଗଦ ୩୦ ହଜାର ୫୫୦ ଟଙ୍କା ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା (ନଂ.୧୯୦/୨୪) ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ