ଗୋବରା କ୍ଲଷ୍ଟର୍ ରେ ପଦୋନ୍ନୀତ ବି.ଇ.ଓ ଏବଂ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ବେଲଗୁଣ୍ଠା ବ୍ଳକ୍ ଗୋବରା କ୍ଲଷ୍ଟର୍ ତରଫରୁ ପଦୋନ୍ନୀତ ବି.ଇ.ଓ. ଏବଂପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପଦୋନ୍ନତି ପାଇ ବେଲଗୁଣ୍ଠା ବିଇଓ ଭାବେ ଯୋଗଦେଇଥିବା ପ୍ରସନ୍ନ କୁମାର ବେହେରା ଓ ଗଜପତି ଜିଲ୍ଳା କାଶୀ ନଗର ବିଇଓ ଭାବେ ଯୋଗଦେଇଥିବା ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ହୃଷୀକେଶ ବିଶ୍ଵାଳଙ୍କୁ ଉପହାର ଏବଂ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଏହା ସହ ବଡବୋରସିଙ୍ଗି ଆଞ୍ଚଳିକ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଥିବା ବିଜୟ ଚନ୍ଦ୍ର ସାହୁ,ଦୁବଲୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାତ୍ର ଓ ସାନବୋରସିଙ୍ଗି ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ମଧ୍ଯ ଏହି କ୍ଲଷ୍ଟର୍ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I ଗୋବରା କ୍ଲଷ୍ଟର୍ ସି.ଆର୍.ସି.ସି. ନିକୁଞ୍ଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଏବଂ ସନ୍ତୋଷ ସେଠୀଙ୍କ ସମେତ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପଦୋନ୍ନୀତ ସମ୍ବର୍ଦ୍ଧିତ ମଞ୍ଚାସୀନ ବ୍ୟକ୍ତି ବିଶେଷ ଗୁଣାତ୍ମକ ଶିକ୍ଷା ଦିଗରେ ନିଜର ବହୁମୂଲ୍ୟ ବକ୍ତବ୍ଯ ପ୍ରଦାନ କରିଥିଲା ବେଳେ ଶିକ୍ଷକ ସୂର୍ଯ୍ୟ ଗୌଡ, ପ୍ରଫୁଲ୍ଲ ନାୟକ, ସମୀର ଜେନା,ସନ୍ତୋଷ ପ୍ରଧାନ, ସନ୍ତୋଷ ଶେଠୀ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜନା ଦାସ ପ୍ରମୁଖ ନିଜ ନିଜର ଖୁସି ବ୍ୟକ୍ତକରି ଅଭିନନ୍ଦନ ଜଣାଇ ଥିଲେ । ଏହାସହ କ୍ଲଷ୍ଟର୍ ର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ରହି ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ । ଶିକ୍ଷକ ଗଣେଶ ସାହୁଙ୍କ ତତ୍ୱାବଧାନରେ ଛାତ୍ରୀ ସୁଶ୍ରୀ ରାକ୍ଷୀ ରାଣୀ ପ୍ରଧାନ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସିଆରସିସି ଶ୍ରୀ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ