ସାହାଡାଗଢିଆ ବିଦ୍ୟାଳୟକୁ ପୁନଃ ଚଳନ ପାଇଁ ଗ୍ରାମବାସୀଙ୍କ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସାହାଡାଗଢିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଚଳନ ପାଇଁ ଛାତ୍ରାଭିଭାବକ ଓ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ଗତ ୨୦୦୯ ମସିହାରେ ଉକ୍ତ ଗ୍ରାମରେ ଏକ ପ୍ରକଳ୍ପ ବିଦ୍ୟାଳୟ ଖୋଲାଯାଇଥିଲା । ଫଳରେ ପିଲା ମାନେ ନିରାପଦ ଓ ସୁସ୍ଥ ଭାବରେ ପାଠ ପଢି ପାରୁଥିଲେ । ମାତ୍ର ଗତ ନଭେମ୍ବର ୫ରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୧୯୩ ଅନୁଯାୟୀ ଉକ୍ତ ବିଦ୍ୟାଳୟଟି ନିକଟସ୍ଥ ସାନବର୍ଚ୍ଚିକୟାଁସ୍ଥିତ ରାମଚନ୍ଦ୍ରପୁର ନୋଡାଲ ଉପ୍ରା ବିଦ୍ୟାଳୟ ସହିତ ମିଶ୍ରଣ ହୋଇଥିଲା । ଫଳରେ ଗ୍ରାମର ଛୋଟ ପିଲା ମାନେ ବ୍ୟସ୍ତବହୁଳ ଆର୍‌.ଡି.ମୁଖ୍ୟ ରାସ୍ତା ଦେଇ ବିପଦପୂର୍ଣ୍ଣ ଭାବେ ବିଦ୍ୟାଳୟ ଯିବାରେ ସମସ୍ୟା ଦେଖାଯାଇଛି । ଏବେ ୧୫ ଜଣ ପିଲା ପଢୁଥିବା ବିଦ୍ୟାଳୟ ପୁନଃ ଚଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ସଂଶୋଧିତ ନିୟମ ଆଧାରରେ ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୯ ଜଣ ପିଲା ପାଠ ପଢୁଛନ୍ତି । ଫଳରେ ଏହି ବିଦ୍ୟାଳୟକୁ ପୁନଃ ଚଳନ କରିବା ନେଇ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସରୋଜିନୀ ପଣ୍ଡା, ଶରତ ଜେନା, ଅମରେଶ ପଣ୍ଡା, କଳ୍ପନା ନାୟକ, ଯମୁନା ରାଉତ, ଅଭୟ କୁମାର ଜେନାଙ୍କ ସମେତ ଛାତ୍ରାଭିଭାବକ ଓ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଜଣାଇଛନ୍ତି । ଏହାକୁ କାର୍ଯ୍ୟକାରୀ କରାନଗଲେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରେଇଙ୍କୁ ପଚାରିବାରୁ ନୂଆ ନିୟମ ହସ୍ତଗତ ହେବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ