ଏନଏସି ଘୋଷଣା ଦାବୀ ନେଇ ୩ୟ ବୈଠକ: ଲୋକଙ୍କ ସରକାର ବନ୍ତ ଅଞ୍ଚଳବାସୀଙ୍କ ଦାବୀ ନିଶ୍ଚୟ ପୂରଣ କରିବେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ଠାରେ ବନ୍ତ ସଦର ମହକୁମାକୁ ଏନଏସି ଘୋଷଣା ଦାବୀ ନେଇ ବନ୍ତ ବିକାଶ ପରିଷଦର ୩ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତ୍ରିଲୋଚନ ପଣ୍ଡାଙ୍କ ଆବାହକତ୍ୱ ତଥା ଶିକ୍ଷାବିତ୍ ଗଣେଶ ପ୍ରସାଦ କରଶର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ନେତୃତ୍ୱ, ବୁଦ୍ଧିଜୀବି, ସମାଜସେବୀ, ଶିକ୍ଷାବିତ୍‌, ଯୁବ ନେତୃତ୍ୱ ମାନେ ଯୋଗ ଦେଇଥିଲେ । ଏଥିରେ ବନ୍ତ ସଦର ମହକୁମାକୁ ଏନଏସି ଘୋଷଣା ଦାବୀ ସହିତ ବନ୍ତରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦମକଳ କେନ୍ଦ୍ର, ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକ୍ଷମ, ଟ୍ରେଜେରୀ ଅଫିସ, ଜାତୀୟକରଣ ବ୍ୟାଙ୍କ ପ୍ରତିଷ୍ଠା, ବସ ଷ୍ଟାଣ୍ଡ, ଷ୍ଟାଡିୟମ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଶେଷକରି ବନ୍ତ ସଦର ମହକୁମାକୁ ଏନଏସି ଘୋଷଣା କରିବା ନେଇ ବନ୍ତ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇଆସୁଛି । ଏଥିନେଇ ପୂର୍ବରୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବର୍ତ୍ତମାନ ଲୋକଭିମୁଖୀ ତଥା ଲୋକଙ୍କ ସରକାରଙ୍କୁ ଏସମ୍ପର୍କରେ ଦାବୀ ଜଣାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ବିକାଶ ପରିଷଦର ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଦସ୍ୟ ମାନେ ଆସନ୍ତା ୬ କିମ୍ବା ୭ ତାରିଖରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ ପୂର୍ବକ ଦାବୀ ଜଣାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ରାଜ୍ୟର ଲୋକପ୍ରିୟ ସରକାର ବନ୍ତ ଅଞ୍ଚଳବାସୀଙ୍କ ଦାବୀକୁ ନିଶ୍ଚିତ ପୂରଣ କରିବେ ବୋଲି ପରିଷଦ ପକ୍ଷରୁ ଆଶାପୋଷଣ କରାଯାଇଛି । ଏହି ବୈଠକରେ ପୂର୍ବତନ ରାଜ୍ୟ ବିଜେପି ସଙ୍ଗଠନ ସମ୍ପାଦକ ପଞ୍ଚାନନ ରାଉତ, ଶିକ୍ଷାବିତ୍ ତଥା ସମାଜସେବୀ ଡ.ମନ୍ମଥ କୁମାର ରାଉଳ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବସନ୍ତିଆ ସରପଞ୍ଚ ଅଶୋକ କୁମାର ସାହୁ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ଅଜୟ କୁମାର ପୃଷ୍ଟି, ସୁଧାଂଶୁ ଶେଖର ମହାନ୍ତି, ସେକ୍‌୍ ୟାକତ ଅଲ୍ଲୀ, ସମାଜସେବୀ ସେକ୍ ଜଲାଲଉଦ୍ଦୀନ, ଡାକ୍ତର ମୂରଲୀଧର ସୂତାର, ଇଂ.ଲକି ମାଷ୍ଟର ସ୍ୱାଇଁ, ରମେଶ ଜେନା, ନିରଞ୍ଜନ ସାମଲ, ଅପୂର୍ବ ରଞ୍ଜନ ଚଣ୍ଡ, ଅଶୋକ କୁମାର ବେହେରା, ପୂର୍ବତନ ସରପଞ୍ଚ ଅର୍ଜ୍ଜୁନ ଚରଣ ପଣ୍ଡା, ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ, ପ୍ରଶାନ୍ତ କୁମାର ବେହେରା, ନାରାୟଣ ଚନ୍ଦ୍ର ଲେଙ୍କା, ରବି ନାରାୟଣ ବିଶ୍ୱାଳ, ନାରାୟଣ ଚନ୍ଦ୍ର ରାଉତ, କିଶୋର କୁମାର ଜେନା, ରମେଶ ଚନ୍ଦ୍ର ପ୍ରଧାନ, କେଦାରନାଥ ମହାନ୍ତି, ନରେନ୍ଦ୍ର ସେଠୀ, ସୌରଭ କୁମାର ଦାଶ, ରମାକାନ୍ତ ପାଣିଗ୍ରାହୀ, ଏଲ.ଅମରଜିତ୍ ସ୍ୱାଇଁ, ସାମ୍ବାଦିକ ପ୍ରମୋଦ କୁମାର ଗୋଛାୟତ, ସରୋଜ ଗୋସ୍ୱାମୀ, ପ୍ରକଶ ସ୍ୱାଇଁ, ରଣିଜିତ ସାମଲ, ପ୍ରଦ୍ୟୁମ୍ନ ସାହୁ, ପାର୍ଶୁରାମ ସାହୁ, ପ୍ରକାଶ ନାରାୟଣ ଜେନା, କିଶୋର କୁମାର ଜେନା, ସଞ୍ଜୟ ସାମଲଙ୍କ ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ