ଗଞ୍ଜାମରେ ୪୦୪ଟି ଗ୍ରୀନ୍ କ୍ରାକର୍ସ ଲାଇସେନ୍ସ ପ୍ରଦାନ

ଛତ୍ରପୁର, (ଓ୍ବାଇଏନଏସ): ଦୀପାବଳି ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଗ୍ରୀନ୍ କ୍ରାକର୍ସ ବିକ୍ରି ପାଇଁ ମୋଟ ୪୦୪ଟି ଲାଇସେନ୍ସ ପ୍ରଦାନ କରାଯାଇଛି। ନଭେମ୍ବର ୬ ତାରିଖ ସୁଦ୍ଧା ଜିଲ୍ଲାର ତିନୋଟି ଉପଖଣ୍ଡରେ ଏହି ଲାଇସେନ୍ସ ଜାରି ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ବ୍ରହ୍ମପୁର ଉପଖଣ୍ଡରେ ସର୍ବାଧିକ ୧୫୪ଟି ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ଛତ୍ରପୁର ଉପଖଣ୍ଡରେ ୧୨୭ଟି ଏବଂ ଭଞ୍ଜନଗର ଉପଖଣ୍ଡରେ ୧୨୩ଟି ଲାଇସେନ୍ସ ଜାରି ହୋଇଛି। ଏହି ତଥ୍ୟ ଅନୁଯାୟୀ, ଗ୍ରୀନ୍ କ୍ରାକର୍ସ ବିକ୍ରି ପାଇଁ ବ୍ରହ୍ମପୁର ଉପଖଣ୍ଡ ଆଗରେ ରହିଛି। ଗ୍ରୀନ୍ କ୍ରାକର୍ସ ବ୍ୟବହାର ଓ ବିକ୍ରି ନେଇ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ୱ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ