ଏଟିଏମ କାର୍ଡ ବଦଳକରି ଲୁଟିନେଲେ ୪୭ ହଜାର

ହାଟଡିହି  (ଓ୍ବାଇଏନଏସ): ଏଟିଏମ କାର୍ଡ ଯୋଗେ ଟଙ୍କା ଉଠାଣ ବେଳେ ସାମାନ୍ୟ ଅସାବଧାନତା ରୁ ଜଣେ ବ୍ୟକ୍ତିଙ୍କ ଏଟିଏମ ବଦଳକରି ଲୁଟିନେଇଛନ୍ତି ୪୭ ହଜାର ଟଙ୍କା। ଏପରି ଘଟଣା ଘଟିଛି ହାଟଡିହି ବ୍ୟାଙ୍କ ଛକ ନିକଟରେ। ଅଭିଯୋଗ ରୁ ଜଣା ଯାଇଛି ଯେ ହାଟଡିହି ବ୍ଲକ ସଢ଼ା ପଞ୍ଚାୟତ ମୌଦା ଗ୍ରାମର ସୁବୋଧ କୁମାର ସାହୁ ମଙ୍ଗଳବାର ଦିନ ହାଟଡିହି ବ୍ୟାଙ୍କ ଛକରେ ଥିବା ଏସ ବି ଆଇ ଏଟିଏମ ରୁ ଦୁଇ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ତକ ଗଣି ପକେଟ ରେ ରଖିବା ବେଳେ ପଛପଟେ ଥିବା ଜଣେ ଯୁବକ ସୁବୋଧ ଙ୍କ ଏଟିଏମ କାର୍ଡ ଟିକୁ ଏଟିଏମ ମେସିନିରୁ ବାହାର କରିଦେଇ ଆପଣଙ୍କ କାର୍ଡ ନିଅନ୍ତୁ ବୋଲି ଧରାଇ ଦେଇଥିଲେ। କିନ୍ତୁ ଯୁବକ ଜଣକ ଅତି ଚତୁରତାର ସହ ସୁବୋଧ ଙ୍କ ଏଟିଏମ କାର୍ଡ ବଦଳରେ ତାଙ୍କୁ ଭିନ୍ନ ଏକ ଏଟିଏମକାର୍ଡ ଧରାଇ ଦେଇ ଥିଲେ। ତାହା ସୁବୋଧ ଜାଣିପାରି ନଥିଲେ। ସୁବୋଧ ବନ୍ତ ରେ ଥିବାବେଳେ ତାଙ୍କ ମୋବାଇଲକୁ ତାଙ୍କ ଏକାଉଣ୍ଟରୁ ଟଙ୍କା ଉଠିବାର ମେସଜ ଆସିଥିଲା। ପର୍ଯ୍ୟାୟ କ୍ରମେ ୪୭ ହଜାର ଟଙ୍କା ଉଠିଥିଲା। ସେ ଆଶ୍ଚର୍ଯ୍ୟ ହୋଇ ପାଖରେ ଥିବା ଏଟିଏମ କାର୍ଡ ଟିକୁ ଦେଖିବା ବେଳକୁ ତାହା ତାଙ୍କର ହୋଇ ନଥିବା ଜାଣିପାରିଥିଲେ। ତାଙ୍କୁ ସେହି ଯୁବକ ଜଣଙ୍କ ଅନ୍ୟ ଏକ ଏଟିଏମ କାର୍ଡ ଧରାଇ ଦେଇ ତାଙ୍କ କାର୍ଡ ଟିକୁ ନେଇ ଯାଇଥିବା ଜାଣି ସେ  ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ନନ୍ଦିପଦା ପୋଲିସ  ଏକ ମାମଲା ୠଜୁକରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ