ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ ଛତ୍ରପୁରର ପୂର୍ବତନ ବିଧାୟକ

ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅଶୋକ କୁମାର ଚୈାଧୂରୀ କରୋନା ରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଗତ କିଛି ତିନ ତଳେ ଅସୁସ୍ଥ ଅନୁଭବ କରିଥିବାରୁ କୋଭିଡ ପରୀକ୍ଷା କରିଥିଲା । ରିପୋର୍ଟ ପଜିଟିଭ ଆସିବା ପରେ ସେ ତାଙ୍କ ନିଜ ବାସଭବନରେ ରହି ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା ହେଉଥିଲେ । ତାଙ୍କ ର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସୁନଥିବାରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶାସନ ପକ୍ଷରୁ ପୂର୍ବତନ ବିଧାୟକ ଶ୍ରୀ ଚୈାଧୁôରୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଶନିବାର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ।। ସେଠାରେ ତାଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଛତ୍ରପୁର ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ଚୈାଧୂରୀ ନିଜେ ଫୋନ ଯୋଗେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ