ରେମୁଣା ବିଜେପି ର ସମସ୍ତ ମଣ୍ଡଳରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ଦିବା 10ଘଟିକା ସମୟରେ ଲବଣତୀର୍ଥ ମଣ୍ଡଳ,12ଟା ସମୟରେ ବାଘାଯତୀନ ମଣ୍ଡଳ, ଅପରାନ୍ହ 4ଟା ରେ କ୍ଷୀରୋଚୋରା ମଣ୍ଡଳ ଓ ସନ୍ଧ୍ୟା 7ଟା ରେ NAC ମଣ୍ଡଳ ଓ ଗତକାଲି ରାତି 8ଟା ରେ ମାନିନାଗେଶ୍ୱର ମଣ୍ଡଳ ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ନିର୍ବାଚନଙ୍କୁ ଆଖିଆଗରେ ରଖି ହୋଇଥିବା କାର୍ଯ୍ୟକାରିଣୀ ବୈଠକରେ ମଣ୍ଡଳ ର ସାଧାରଣ ସମ୍ପାଦକ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ _ପ୍ରଦାନ_ କରିଥିଲେ l ମଣ୍ଡଳର ସଭାପତି ମାନେ ସଭାପତିତ୍ୱ କରିଥିଲେ l ବାଲେଶ୍ଵର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲୋକସଭା କ୍ଷେତ୍ର ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରେମୁଣା ବିଧାନସଭା ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ରେମୁଣା ପ୍ରଭାରି ଆଶିଷ ଘୋଷ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ମହିଳା ମୋର୍ଚା ସଭାନେତ୍ରୀ ସିପ୍ରାରେଖା ମହାପାତ୍ର, ଜିଲ୍ଲା ଉପସଭାପତି ମିନାକ୍ଷୀ ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ସଂଯୋଜକ ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା OBC ମୋର୍ଚା ଉପ ସଭାପତି ନିତୁନ କୁମାର ସାହା, ଜିଲ୍ଲା ଯୁବ ମୋର୍ଚା ଉପସଭାପତି ନାରାୟଣ ମହନ୍ତ ପ୍ରମୁଖ ମଞ୍ଚାସିନ ଥିଲେ l ବୈଠକ ରେ ଉପସ୍ଥିତ ମଞ୍ଚାସିନ ଅତିଥି ଗଣ ଆଗାମୀ ନିର୍ବାଚନ ସମ୍ଭୋନ୍ଧୀୟ ବିଭିନ୍ନ ରଣନୀତି ବିଷୟରେ ଉପସ୍ଥିତ କାର୍ଯ୍ୟକର୍ତା ଙ୍କୁ ବୁଝାଇଥିଲେ l ରେମୁଣା ରେ ଉଭୟ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଓ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ କିଭଳି ବହୁଭୋଟ ବ୍ୟବଧାନରେ ଜିତିବେ ତାର ରୋଡ଼ମ୍ୟାପ ପ୍ରସ୍ତୁତି କରି ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ସଚେତନ କରିଥିଲେ l ପ୍ରତ୍ୟେକ ମଣ୍ଡଳରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ବୈଠକ ରେ ପ୍ରତ୍ୟେକ ଶକ୍ତିକେନ୍ଦ୍ର ରୁ ବୁଥ ସଭାପତି, BLA-2, ଶକ୍ତିକେନ୍ଦ୍ର ତ୍ରିଦେବ, ସଖା, ସଖି, ମୋର୍ଚାର ସଭାପତି ଓ ସାଧାରଣ ସମ୍ପାଦକ, ମଣ୍ଡଳର 61 ଜଣିଆ ପଦାଧିକାରୀ, ଜିତିଥିବା ସମସ୍ତ ସରପଞ୍ଚ, ସମିତି ସଭ୍ୟ, ମଣ୍ଡଳରୁ ଯାଇଥିବା ସମସ୍ତ ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ