କିନ୍ନରଙ୍କୁ ମିଳିବ ପୋଲିସରେ ନିଯୁକ୍ତି

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଓଡ଼ିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର। ଏନେଇ ଡିଜିପି ଅଭୟ ଶନିବାର ସୂଚନା ଦେଇଛନ୍ତି । ୪୭୭ ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ବାଗତ କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ନର ନେତ୍ରୀ ମୀରା ପରିଡ଼ା । ସେହିପରି ୨୪୪ କନେଷ୍ଟବଳ ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମଧ୍ୟ କିନ୍ନରଙ୍କ ପାଇଁ ସୁଯୋଗ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ