ରାଜ୍ୟସ୍ତରୀୟ ବନାନୀ ସ୍ମାରକୀ ଦୃଷ୍ଟିହୀନ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଭିନ୍ନସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ଚାମ୍ପିଅନ୍

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟସ୍ତରୀୟ ତୃତୀୟ ବନାନୀ ସ୍ମାରକୀ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୧୯ ଦାରୁଠେଙ୍ଗସ୍ଥିତ ପିଣ୍ଡିକି ୟୁଥ୍ କ୍ଲବ, ଡ଼ାକ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏନ୍ଏବି, ଓଡ଼ିଶା ଓ ଓସିବି, ଓଡ଼ିଶାର ମିଳିତ ସହଯୋଗରେ ରାଣୀପାଟଣା, ବାଲେଶ୍ୱର, ଲୁଇବ୍ରେଲ୍ ଦୃଷ୍ଟିହୀନ ବିଦ୍ୟାଳୟ, ଭୁବେନଶ୍ୱର, ଅଭିନ୍ନସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ, ଭଦ୍ରକ, ବନାନୀ ସ୍ପୋର୍ଟିଂ କ୍ଲବ, ଭୁବନେଶ୍ୱର ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ରେ ରାଣୀପାଟଣା, ବାଲେଶ୍ୱର ଓ ଅଭିନ୍ନସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ, ଭଦ୍ରକକୁ ଭେଟିଥିଲା । ଅଭିନ୍ନସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟ ୭ ୱିକେଟ୍ ବିନିମୟରେ ୯୦ ରନ୍ କରି ଚାମ୍ପିଅନ୍ ହୋଇଥିଲା ବେଳେ ରାଣୀପାଟଣା, ବାଲେଶ୍ୱର ଦଳ ରନର୍ସଅପ୍ ବିବେଚିତ ହୋଇଥିଲେ । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଚନ୍ଦକା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ, ସମାଜସେବୀ ରୀନା ରାଉତରାୟ, ଏନ୍ଏବିର ଉପସଭାପତି ପ୍ରଫୁଲ୍ଲ କୁମାର ରାଉତ, ଅବସରପ୍ରାପ୍ତ ବରିଷ୍ଠ ସ୍ୱତନ୍ତ୍ର ଶିକ୍ଷାବିତ୍ ଶିରିଷ ଚନ୍ଦ୍ର ଦାସ, ବାଲୁଙ୍କେଶ୍ୱର ମନ୍ଦିର କମିଟିର ସମ୍ପାଦକ ତପନ ବଳିୟାରସିଂ, ପିଣ୍ଡିକି ୟୁଥ୍ କ୍ଲବର ସମ୍ପାଦକ ପବିତ୍ର ମୋହନ ବଳିୟାରସିଂ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡ଼ାକ୍ତର ବେହେରା, ସମ୍ମାନିତ ଅତିଥି ରୂପେ ଉକ୍ରଳ ଦୃଷ୍ଟିହୀନ କ୍ରିକେଟ ସଂଘ (ଓସିବି)ର ସମ୍ପାଦକ ଡ. ଶିଶିର କୁମାର ଦାସ, ଲେଡ଼ିଜ୍ ପ୍ରୋଟେକ୍ସନ ଟ୍ରଷ୍ଟର ଉପସଭାପତି ରମାକାନ୍ତ ସ୍ୱାଇଁ, ସ୍ୱର୍ଗତ ବନାନୀ ପଟ୍ଟନାୟକଙ୍କ ପିତା ଦାମୋଦର ପଟ୍ଟନାୟକ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ (ଆଇ.ଏ.ଏସ୍), ଏନ୍ଏବିର ସାଧାରଣ ସମ୍ପାଦକ ଅଜୟ କୁମାର ସାମଲ, ରାଜ୍ୟ ଯୁବ ପୁରସ୍କାରପ୍ରାପ୍ତ ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ । ମ୍ୟାଚ୍କୁ ତ୍ରିଲୋଚନ ବେଉରା, କିଶୋର କୁମାର ବଳିୟାରସିଂ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ