ଗଜପତିରେ ପ୍ରବଳ ବର୍ଷା ଓ ପାହାଡ଼ ଧସିବା ଘଟଣାରେ 5 ଦିନ ବିତିଛି: ତଥାପି ନିଖୋଜ ବାପା-ପୁଅଙ୍କ ମିଳିନାହିଁ ପତ୍ତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପ୍ରବଳ ବର୍ଷା ଓ ପାହାଡ଼ ଧସି ପଡିବା ଯୋଗୁଁ ବାପା ଓ ପୁଅ 2 ତାରିଖ ଠାରୁ ନିଖୋଜ ଅଛନ୍ତି. ଆଜକୁ 5 ଦିନ ବିତିବାକୁ ଯାଉଛି. ତଥାପି ସେମାନଙ୍କର କୌଣସି ପତ୍ତା ମିଳି ପାରିନାହିଁ. ଘଟଣା ନେଇ ପରିବାର ଲୋକେ ବ୍ୟଥିତ ହେଉଥିବା ବେଳେ ଗ୍ରାମବାସୀମାନେ ବାପା, ପୁଅ 5 ଦିନ ବିତିବାକୁ ଥିଲେ ମଧ୍ୟ କୌଣସି ପତ୍ତା ମିଳି ନ ଥିବା ଯୋଗୁଁ ସେମାନେ ମୃତ୍ୟୁବରଣ କରିଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି. ଅକ୍ଟୋବର ୨ ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତିକୁ ସମ୍ପୂର୍ଣ ରୂପେ ଦୋହଲାଇ ଦେଇଛି.  ଏହି ପ୍ରଳୟଙ୍କର ବର୍ଷା ଓ ପାହାଡ଼ ଧସିବା ଘଟଣାରେ ଏହି ଜିଲ୍ଲାର ରାୟଗଡ଼ ବ୍ଲକ ମାର୍ଲବା ପଞ୍ଚାୟତ ପେକଟ ଗ୍ରାମର ବାପା ପୁଅ କାର୍ତ୍ତିକ ଶବର ଓ ରାଜିକ ଶବର ନିଜ ବିଲକୁ ଯାଇ କାମ କରୁଥିବା ବେଳେ ହଠାତ ନିକଟସ୍ଥ ନାଳରେ ପ୍ରବଳ ପାଣି ମାଡି ଆସିବା ସହିତ ଅନ୍ୟପଟେ ବାଘମରା ପାହାଡ଼ରେ ଭୂସ୍ଖଳନ ହୋଇ ପାହାଡ଼ ଧସି ଆସିଥିଲା। ନିଜ ବିଲରେ ହିଁ ମାଟି ତଳେ ଚାପି ହୋଇ ରହିଯାଇଥିବା ପ୍ରତକ୍ଷଦର୍ଶୀ ସୂଚନା ଦେବା ପରେ ପ୍ରଥମେ ନିଜ ପରିବାର ବର୍ଗ ସମେତ ଗ୍ରାମବାସୀ ଖୋଜାଖୋଜି କରି ବିଫଳ ହୋଇ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ | ପ୍ରଶାସନ ଏନେଇ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ ଏବଂ ପୁଲିସ ବଳ ପହଞ୍ଚି ଘଟଣାସ୍ଥଳରେ ସନ୍ଧନୀ କୁକୁର, ଜେସିବି, ପୋକଲିନ ଆଦି ସାହାଯ୍ୟରେ ବହୁ ଖୋଖୋଜି କରୁଥିଲେ ମଧ୍ୟ ନିଖୋଜ ବାପ-ପୁଅଙ୍କୁ ଉଦ୍ଧାର ହୋଇ ପାରି ନାହାନ୍ତି. ଏପରିକି ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ଦୁଇଟି ଟିମ୍ ଗଠନ କରି ଗୁରାଣ୍ଡି ଥାନା ଅଧୂନ ମାଛମରା ଠାରୁ ବାଘଶାଳା ମହେନ୍ଦ୍ରତନୟା ନଦୀରେ ଖୋଜିଥିଲେ ମଧ୍ୟ ବାପା -ପୁଅ ଠାବ କରିପାରିନାହିଁ I ବର୍ତ୍ତମାନ ଘଟଣା ଘଟି ପାଞ୍ଚ ଦିନ ବିତିବାକୁ ଯାଉଛି.  ହେଲେ ଉଦ୍ଧାରକାରୀ ଦଳ ନାକେଦମ ହୋଇଥିଲେ ମଧ୍ୟ ନିଖୋଜଙ୍କ ସନ୍ଧାନ ମିଳିପାରିନାହିଁ। ଏନେଇ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କୋରାପୁଟରୁ ଅତ୍ୟାଧୁନିକ ମେସିନ ଦ୍ୱାରା ଆଜି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି. ହେଲେ ଖବର ଲେଖିବା ସମୟ ସୁଦ୍ଧା ବାପା-ପୁଅଙ୍କ କୌଣସି ସନ୍ଧାନ ମିଳି ପାରିନାହିଁ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ