୧୬ତମ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରଘୁନାଥପୁର ଖେଳ ପଡ଼ିଆ ଠାରେ ୧୬ତମ ଆଦିତ୍ୟ ନାୟକ ମେମୋରିଆଲ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି ଉଦଘାଟିତ ହୋଇଯାଇଛି । ଏହାକୁ ଶିକ୍ଷାବିତ ଗୋପୀନାଥ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ କ୍ୱାଟରଫାଇନାଲ ମ୍ୟାଚ ଏମସିସି ଯାଜପୁର ଟାଉନ ସହିତ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଲୱେ ଭଦ୍ରକ ଟସଜିତି ପ୍ରଥମେ ବ୍ୟାଟିଂ କରି ୧୮ଓଭରରେ ୩ଉଇକେଟ ହରାଇ ୧୩୪ରନ ସଂଗ୍ରହ କରିଥଲା । ଦଳପକ୍ଷରୁ ଜ୍ୟୋତିରଞ୍ଜନ ମହାରଣା ୨୬ବଲରୁ ୪୦ରନ ଓ ସାହିଲ ଖାନ ୧୪ଟି ବଲରୁ ୧୭ରନ ସଂଗ୍ରହ କରିଥିଲେ। ଜବାବରେ ଏମସିସି ଯାଜପୁର ଟିମ ୧୭.୩ଓଭରରେ ସମସ୍ତ ଉଇକେଟ ହରାଇ ୧୨୫ରନ କରି ପରାଜୟ ବରଣ କରିଥିଲା । ସେହିପରି ଦ୍ୱିତୀୟ କ୍ୱାଟର ମ୍ୟାଚ ସୂର୍ଯ୍ୟସିଖା ଭଦ୍ରକ ସହିତ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ମଧ୍ୟରେ ହୋଇ ରାମେଶ୍ୱର ସ୍ପୋର୍ଟିଂ ବିଜୟ ହୋଇ ସେମି ରେ ପ୍ରବେଶ କରିଛି । ରାମେଶ୍ୱର ସ୍ପୋର୍ଟିଂ ଟସ ଜିତି ୧୮ ଓଭରରେ ୭ ଉଇକେଟ ହରାଇ ୧୫୮ ରନ କରିଥିଲା।ଦଳ ପକ୍ଷରୁ ଏମ ଗୌତମ ଗୋପାଳ ୫୪ ରନ କରିଥିଲେ । ପ୍ରତିପକ୍ଷ ବୋଲର ଏନ ସି ରାଜୁ ୨ ଉଇକେଟ ଓ ଏମଡି ଆକ୍ରମ ୨ ଉଇକେଟ ନେଇଥିଲେ।ଜବାବ ରେ ଜିତିବା ପାଇଁ ୧୫୮ ରନ ପିଛା କରି ସୂର୍ଯ୍ୟସିଖା ୧୪୪ ରନ କରି ଅଲଆଉଟ ହୋଇଥିଲା।ଦଳର ସରୋଜ ବେହେରା ୩୮ ରନ କରିଥିଲେ । ପ୍ରତିପକ୍ଷ ବୋଲର ପ୍ରତୀକ ସ୍ୱାଇଁ ୩ ଉଇକେଟ ନେଇଥିଲେ।ମ୍ୟାନ ଅଫ ଦି ମ୍ୟାଚ ଏମ ଗୌତମ ଗୋପାଳ ଙ୍କୁ ସଭାପତି ବିଶ୍ଵନାଥ ମାଝୀ ଓ ଅନ୍ତର୍ଯ୍ୟାମୀ ନାୟକ ପୁରସ୍କୃତ କରିଥିଲେ।ସୋମବାର ତୃତୀୟ ଓ ଚତୁର୍ଥ କ୍ୱାଟର ମ୍ୟାଚ ବାସୁଦେବପୁର ସହିତ ଇଲେଭେନ ଷ୍ଟାର ଯାଜପୁର ଓ ୟୁନିକ ଇଲେଭେନ ଭଦ୍ରକ ସହିତ ନିମପୁର ସ୍ପୋର୍ଟିଂ କଟକ ମଧ୍ୟରେ ଅନୁଷ୍ଠିତ ହେବ।


