ଭାରତର ନିର୍ବାଚନ ପଦ୍ଧତିରେ ସଂସ୍କାର ଆଣିବା ଦାବିରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଦେଶବ୍ୟାପୀ ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମ୍ପ୍ରତି ଭାରତବର୍ଷର ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଚାଲିଛି ଗଣତନ୍ତ୍ର ପଦ୍ଧତି ସେତିକି ଅଧିକ କଳୁଷିତ ହେବାରେ ଲାଗିଛି । ରାଜନେତାମାନଙ୍କର ଚାରିତ୍ରିକ ବ୍ୟବହାର ଓ ଦେଶର ପ୍ରଗତି ପ୍ରତି ସେମାନଙ୍କର ଅଙ୍ଗୀକାରବଦ୍ଧତା, ଦେଶର ବିକାଶ ନିମନ୍ତେ ଆଇନ ପ୍ରଣୟନ ବେଳେ ଅଜ୍ଞତା ଆଦି ଯୋଗୁ ଗଣତନ୍ତ୍ର ସଫଳ ହେବାରେ ସକ୍ଷମ ହେଉନାହିଁ । ଦେଶର ବିକାଶ ତଥା ନାଗରିକମାନଙ୍କର ଯେପରି ଭାବରେ ଉନ୍ନତି ହେବା କଥା, ତାହା ହୋଇପାରୁ ନାହିଁ । ତେଣୁ ଭାରତର ନିର୍ବାଚନ ପଦ୍ଧତିରେ ସମୟର ଆବଶ୍ୟକତାକୁ ଉପଲବ୍ôଧି କରି କେତେଗୁଡ଼ିଏ ସଂସ୍କାର ଆଣିବା ନିତାନ୍ତ ଆବଶ୍ୟକ । ଯେପରିକି ଭୋଟଦାନ ବାଧ୍ୟତାମୂଳକ, ସରକାରଙ୍କ ଖର୍ଚ୍ଚରେ ନିର୍ବାଚନ ମଣ୍ଡଳୀର ଗୋଟିଏ ଦୁଇଟି ସ୍ଥାନରେ ସମସ୍ତ ପ୍ରାର୍ଥୀମାନେ ବକ୍ତବ୍ୟ ଦେବା ପାଇଁ ସଭାସ୍ଥଳୀର ଆୟୋଜନ, ପ୍ରାର୍ଥୀମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା, ପ୍ରାର୍ଥୀମାନେ ଗାଁ ଗାଁରେ ନିଜ ଖର୍ଚ୍ଚରେ ପୋଷ୍ଟର ନ ମାରି ପଞ୍ଚାୟତର ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କର ନିର୍ବାଚନ ଲଢିବାର ଆଭିମୁଖ୍ୟ ଦର୍ଶାଇବା, ମଦ ଆଦି ନିଶାଦ୍ରବ୍ୟ ନିର୍ବାଚନ ବେଳେ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବା ଆବଶ୍ୟକ । ଏ ସମ୍ପର୍କରେ ଆଉ କେଉଁ ସଂସ୍କାର ନର୍ବାଚନ ପଦ୍ଧତିରେ କରାଯାଇ ପାରିଲେ ଭାରତର ଗଣତନ୍ତ୍ର ଓ ରାଜନେତାମାନଙ୍କର ଆଚରଣ ଓ ଉଚ୍ଚାରଣରେ ସାମ୍ୟତା ରହିପାରିବ । ସେମାନେ ଅନୈତିକ ଉପାୟରେ ବିପୁଳ ଅର୍ଥ ଠୁଳ କରିନପାରିବେ, ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କୁ ନେଇ ଭାରତର ରାଷ୍ଟ୍ରପତି, ନିର୍ବାଚନ କମିଶନର, ପ୍ରଧାନମନ୍ତ୍ରୀଙ୍କୁ କେତେଗୁଡ଼ିଏ ପ୍ରସ୍ତାବ ପ୍ରଦାନ ପାଇଁ ନିଡ୍‌ସ ଅଫ ଦି ଟାଇମ ପକ୍ଷରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ପର୍ଯ୍ୟାୟକ୍ରମେ ଦେଶର ବିଭିନ୍ନ ସ୍ଥାନରେ ସଭା, ଶୋଭାଯାତ୍ରା, ଆଲୋଚନାଚକ୍ର ଆଦି ଆୟୋଜନ କରାଯିବ ବୋଲି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଡ୍‌ସ ଅଫ୍ ଦି ଟାଇମର ସଭାପତି ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ନିଡ୍‌ସ ଅଫ ଟାଇମର ସାଧାରଣ ସମ୍ପାଦକ, ବିଶିଷ୍ଟ ଆଇନଜୀବୀ ଶ୍ରୀ ନରେନ୍ଦ୍ର ପୃଷ୍ଟି, ମୁଖ୍ୟ ସଂଯୋଜକ ପିଟି ବାଲାଜି ପାତ୍ର ସୂଚନା ପ୍ରଦାନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ