ଆନ୍ତର୍ଜାତିକ ସ୍କାଉଟ ଗାଇଡ୍ ଜାମ୍ବୋରିରେ ଓଡିଶା ସ୍କାଉଟର ବିଭିନ୍ନ କଳା କୌଶଳ ପ୍ରଦର୍ଶନ

କର୍ଣ୍ଣାଟକ, (ଓ୍ବାଇଏନ୍ଏସ୍):କର୍ଣ୍ଣାଟକଠାରେ ଆନ୍ତର୍ଜାତିକ ସ୍କାଉଟ ଗାଇଡ୍ ସାଂସ୍କୃତିକ ଜାମ୍ବୋରୀ ଅନୁଷ୍ଠିତ ହେଉଅଛି । ଏହି ଜାମ୍ବୋରୀରେ ଓଡିଶା ସମେତ ଛତିଶଗଡ, ଦକ୍ଷିଣପୂର୍ବ ରେଳପଥ, କର୍ଣ୍ଣାଟକ, ଦାଦରନଗର ହାଭେଲି, ଆସାମ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ରାଜସ୍ଥାନ ଇତ୍ୟାଦି ରାଜ୍ୟ ଏବଂ ନେପାଳ, ପାକିସ୍ତାନ, ମାଲେସିଆ ଆଦି ବିଭିନ୍ନ ଦେଶରୁ ମୋଟ ୭୦୦୦୦ରୁ ଊର୍ଦ୍ଧ୍ୱ ସ୍କାଉଟ ଗାଇଡ୍ ଅଂଶଗ୍ରହଣ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଓଡିଶାରୁ ୨୫୦ ଜଣ ସ୍କାଉଟ, ଗାଇଡ୍‌, ରୋଭର, ରେଞ୍ଜର ଏବଂ ସେମାନଙ୍କର ୟୁନିଟ୍ ଲିଡରମାନେ ଅଂଶଗ୍ରହଣ କରି ଓଡିଶାର ବିଭିନ୍ନ କଳା କୌଶଳ ଏବଂ ଓଡିଶାର ବିଭିନ୍ନ ସାମଗ୍ରୀକୁ ପ୍ରଦର୍ଶନୀ କରି ବିଭିନ୍ନ ରାଜ୍ୟ ଏବଂ ଦେଶରୁ ଆସିଥିବା ସ୍କାଉଟ ଗାଇଡ୍‌ପିଲାମାନେ ଏବଂ ଅତିଥିମାନେ ଏହି ପ୍ରଦର୍ଶନୀକୁ ଦେଖି ଆନନ୍ଦ ଅନୁଭବ କରୁଛନ୍ତି । ବିଶେଷକରି ଓଡିଶାର ରଥଯାତ୍ରାକୁ ବହୁଲୋକ ବୁଲି ଦେଖିବା ସଙ୍ଗେସଙ୍ଗେ ରଥପାଖରେ ନିଜର ଫଟୋ ଉଠାଇବାର ଦେଖାଯାଇଥିଲା । ମାନ୍ୟବର ମନ୍ତ୍ରୀ ଖାଦ୍ୟଯୋଗାଣ ଓ ସମବାୟ ତଥା ରାଜ୍ୟସଂସ୍ଥାର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଅନ୍ତର୍ଜାତୀୟ ସ୍କାଉଟ ଗାଇଡ୍ ଜାମ୍ବୋରୀରେ ଯୋଗଦେଇଥିବା ସମସ୍ତ ସ୍କାଉଟ ଗାଇଡ୍‌ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ