ରଶିଲଗାଇ ଆତ୍ମହତ୍ୟା କଲେ ପ୍ରଧାନ ଶିକ୍ଷକ

ଜୟପୁର : ଜୟପୁର ବ୍ଲକ ଅନ୍ତର୍ଗତ ପୁଟୁରା ସେବାଶ୍ରମ ପ୍ରଧାନ ଶିକ୍ଷକଙ୍କ ରବିବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ୍ୟୁ ଦେହ ଜବତ କରାଯାଇଛି ।ମୃତକ ପ୍ରଧାନ ଶିକ୍ଷକଙ୍କ ନାମ ସୁବାସ ଚନ୍ଦ୍ର ପାତ୍ର (୫୨) ବୋଲି ଜଣାପଡିଛି । ଆଜି ଭୋର ସକାଳେ ତାଙ୍କ ଘର ସଂଲଗ୍ନ ଦୋକାନ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ପରିବାର ଲୋକ ଦେଖି ଥିଲେ । ଜୟପୁର ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପଞ୍ଚନାମା ନିମନ୍ତେ ମେଡିକାଲକୁ ପଠାଇଛି । ସେ କୈାଣସି ମାନସିକ ଚିନ୍ତାରେ ରହି ଆତ୍ମହତ୍ୟା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଶବ ବେବଚ୍ଛେଦ ପରେ ପ୍ରକୃତ କାରଣ ଧରାପଡିବ ବୋଲି ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ