ଯୁବକ ଙ୍କ ସନ୍ଦେହଜନକ ମୃତ୍ୟୁ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ସ୍ଥିତ ଗୁପ୍ତା ଡିଷ୍ଟ୍ରିବୁଟର ର କର୍ମଚାରୀ ଶିବପ୍ରସାଦ ଭୋଇ ନାମକ ଯୁବକ ଙ୍କ ର ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି।ନିମାପଡା ଗୁପ୍ତା ଡ଼ିଷ୍ଟ୍ରିବୁଟର ରେ କାର୍ଯ୍ୟ କରୁଥିବା ମିଟେଇପୁର ପଂଚାୟତ ସାତପୁରୀ ଅଂଚଳର ଶିବପ୍ରସାଦ ଭୋଇ ଆଜକୁ ୧ବର୍ଷ ହେବ ସେଠାରେ କାର୍ଯ୍ୟ କରି ଆସୁଥିଲେ।ଗତ କାଲି ରାତ୍ରି ୧୦.୩୦ ସମୟରେ ଗୁପ୍ତା ଡ଼ିଷ୍ଟ୍ରିବୁଟର ସୋରୁମ ର ୨ନମ୍ୱର ଫ୍ଲୋରରେ ଥିବା ଷ୍ଟୋର ରୁମ ଭିତରେ ଶିବପ୍ରସାଦ ଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।ମୃତ ଶରୀର ତଳେ ରକ୍ତଛିଟା ପଡ଼ିଥିବା ଓ ଶିବପ୍ରସାଦଙ୍କ ପାଟି ଓ କାନରୁ ରକ୍ତ ବାହାରିଥିବା ମଧ୍ୟ ଦେଖିବାକୁ ମିଳିଥିଲା।ଖବର ପାଇ ମିଟେଇପୁର ପଂଚାୟତର ଉତ୍ୟକ୍ତ ଲୋକେ ସୋରୁମ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଉତ୍ତେଜନା ମୂଳକ ପରିସ୍ଥିତିକୁ ଆୟତ କରିବା ନିମନ୍ତେ ସଙ୍ଗେ ସଙ୍ଗେ ପୋଲିସ ଫୋର୍ସ ମୁତୟନ ହେବା ସହ ନିମାପଡା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।ପରେ ପରେ ନିମାପଡା ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର,ଗୋପ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ,କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ,ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ପହଞ୍ଚିଥିଲେ।ଗୁପ୍ତା ଡିଷ୍ଟ୍ରିବୁଟରରେ କାର୍ଯ୍ୟ କରୁଥିବା ମ୍ୟାନେଜର ପ୍ରଦୀପ୍ତ କୁମାର ଦାଶଙ୍କ ସମେତ ଅନ୍ୟ କର୍ମଚାରୀ ମାନଙ୍କୁ ୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଚରା ଉଚାରା କରିଥିଲେ। ଶିବ ଙ୍କୁ ହତ୍ୟା କରା ଯାଇଥିବା ତାଙ୍କ ପରିବାର ଲୋକ ପୋଲିସ ରେ ଅଭିଯୋଗ କରିବା ପରେ ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଚାରିଛକ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ବ୍ୟବଛେଦ ରିପୋର୍ଟ ଆସିବା ପରେ ଯୁବକ ଙ୍କ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି କହିଛନ୍ତି ନିମାପଡ଼ା ଥାନା ଆଇଆଇସି ଶଙ୍କର୍ଷଣ ଦଳାଇ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ