ମା ବ୍ୟାଘ୍ରଦେବୀ ମନ୍ଦିରର ମୁଖ୍ୟଦ୍ୱାର ସଂସ୍କାର ଉତ୍ସବ
ବ୍ରହ୍ମପୁର, (ଅନିଲ କୁମାର):ଗଜପତି ନଗର ନିକଟସ୍ଥ ବାସୁଦେବ ନଗର ରେ ଥିବା ଶ୍ରୀ ଶ୍ରୀ ଶ୍ରୀ ମା ବ୍ୟଘ୍ରଦେବୀ ମନ୍ଦିରର ମୁଖ୍ୟ ଦ୍ୱାର ସଂସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜୟବୀର ହନୁମାନ ମନ୍ଦିର ପରିଚାଳନା କିମିଟି ଗଜପତି ନଗର ଓ ବାସୁଦେବ ନଗର ସହ ଯୋଗରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜ ସେବୀ ତଥା ଅଭିମନ୍ୟୁ ଫାଉଣ୍ଡେସନ ର ଉପଦେଷ୍ଟା ଇ.ଅଭିମନ୍ୟୁ ପ୍ରଧାନ ନେତୃତ୍ୱ ନେଇଥିବା ବେଳେ ହନୁମାନ ପରିଚାଳନା କମିଟି ସଭାପତି- ବିନୋଦ କୁମାର ମହାପାତ୍ର, ଉପସଭାପତି-ସୁଶାନ୍ତ ସ୍ୱାଇଁ,ସମ୍ପାଦକ -ଶରତ କୁମାର ମହାପାତ୍ର ,କୋଷଦକ୍ଷ-ଅନନ୍ତ ପଣ୍ଡା,ନିର୍ମଳ କୁମାର ପଣ୍ଡା, ବିନୟ କୁମାର ପଣ୍ଡା , ରାଜେନ୍ଦ୍ର କୁମାର ପଣ୍ଡା, ନିର୍ମଳ ପାଢ଼ୀ, ନିରଞ୍ଜନ ଦାସ ଓ ଯୁବସମାଜର ସମାଜ ସେବି ରାକେଶ ପ୍ରଧାନ ସମେତ ବହୁ କର୍ମକର୍ତା ସହଯୋଗ କରିଥିଲେ । ଏହି ଅବସରରେ ହୋମ ଓ ପ୍ରସାଦ ସେବନ କାର୍ଯ୍ୟ କର୍ମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଆଖ ପାଖ ଅଂଚଳ ର ବହୁବ୍ୟକ୍ତି କାର୍ଯ୍ୟ କ୍ରମ ଯୋଗଦାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ୱାର୍ଡ ନ -୩୩ କାଉନସେଲର ସମୀର କୁମାର ମିଶ୍ର ,ଅତିରିକ୍ତ ଡେପୁଟି କମିଶନର ବିନୋଦ କୁମାର ବେହେରା ,ପୋଲିସର ଉଚପଦ ଅଧିକାରୀ ଏବଂ ଗଣ ମାଧ୍ୟମ ର ବରିଷ୍ଠ ବ୍ୟକ୍ତି,ବ୍ୟାଙ୍କ କର୍ମଚାରି ଆଖ ପାଖ ଅଂଚଳର ବହୁ ଭକ୍ତ ଯୋଗ ଦେଇଥିଲେ ପୁରୋହିତ ଆଶୁତୋଷ ଦାସ ପୂଜା ଅର୍ଚନା କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ।