ମହିଷାଲଣ୍ଡା ନିମଗିରି ପୀଠରେ ୫୯ତମ ବିଶ୍ୱ ଶାନ୍ତି ଗୀତା ମହାଯଜ୍ଞ

କଟକ, (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ଥିବା ପବିତ୍ର ନିମଗିରି ପୀଠରେ, ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ଶାନ୍ତି ଗୀତା ମହାଜଜ୍ଞ ଚତୁର୍ଥ ଦିନରେ ଉପନୀତ ହୋଇଛି । ଏଥିପାଇଁ ଚଳ ଚଞ୍ଚଳହୋଇ ଉଠିଛି, ଆଧ୍ୟାତ୍ମିକ ନିମଗିରି ପୀଠ ଓ ଗ୍ରାମ । ୨୫ତାରିଖ ତଥା ମାଘ ସପ୍ତମୀ ଠାରୁ ୨୯ ତାରିଖ ଏକାଦଶୀ ପର୍ଯ୍ୟନ୍ତ, ଆଡମ୍ବର ସହକାରେ ପାଞ୍ଚ ଦିନ ପାଇଁ ଚାଲିବାକୁ ଥିବା ଏହି ଯଜ୍ଞରେ ଶ୍ରଦ୍ଧାଳୁ ଓ ବେପାରୀଙ୍କ ଭିଡକୁ ଲକ୍ଷ ରଖି ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି । ଗିରି ପୀଠ ଓ ରାସ୍ତା ଘାଟ ପରିଷ୍କାର ପରିଚ୍ଛନ ସହ ଯଜ୍ଞ ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି କମିଟି ତରଫରୁ ସୂଚନା ମିଳିଛି। ଚଳିତ ବର୍ଷ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ଗୋଲପୁର ଗ୍ରାମର ସୁନାମ ଧନ୍ୟ ପଣ୍ଡିତ ଶ୍ରୀ ସତ୍ୟବାନ ମୁଦ୍ରାଙ୍କ ତତ୍ୱାବଧାନରେ ପାଞ୍ଚ ଦିନ ବ୍ୟାପୀ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ କାର୍ଯ୍ୟ ସମ୍ପାଦନ ହେଉଥିବା ଜଣାଯାଇଛି । ସୁଦାମ ମହାପାତ୍ର, ପଞ୍ଚାନନ ଦାସ,ବିଭୂତି ଦାସ , ଗୁରୁ ଚରଣ ପଣ୍ଡା, ସୌମ୍ୟ ରଞ୍ଜନ ମିଶ୍ର, ପ୍ରମୁଖ ପଣ୍ଡିତ ମଣ୍ଡଳୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟହ ସଢ଼ କର୍ମ, ସୂର୍ଯ୍ୟ ପୂଜା, ଗୋପୁଜନ, ସାଲା ପ୍ରବେଶ, ଗୀତା ପରାୟଣ,ଚଣ୍ଡୀ ପାଠ, ଷୋଡଶ ଉପଚାର ଓ ଗୀତା ମନ୍ତ୍ରରେ ଆହୁତି ପ୍ରଦାନ କରାଯିବା ସହ, ପ୍ରତେକ ସନ୍ଧ୍ୟାରେ, ନଦିଆ କୀର୍ତନ, ଓଡିଶୀ ସଂକୀର୍ତନ,ପାଲା, ଭଜନ ଜଣାଣ ପରିବେଷଣ କରାଯାଉ ଅଛି। ଭକ୍ତିର ସହ ବହୁ ଦୂର ଦୁରାନ୍ତରୁ କଳା କାର ମାନେ ଆସି କଳା ପରିବେଷଣ କରିଥାନ୍ତି । ଯଜ୍ଞ ହୋମ କୁଣ୍ଡରେ ପ୍ରସ୍ତୁତ ଚରୁ ଅନ୍ନର କଣିକାଟିଏ ପାଇବା ପାଇଁ ହଜାର ହଜାର ଭକ୍ତ ଓ ଯଜ୍ଞ ପ୍ରେମୀଙ୍କ ମନରେ ଆଗ୍ରହ ଥାଏ। ଏଠାକାର ସୁନ୍ଦର ପରିବେଶ ଓ ନିମ ଗଛରେ ପରିପୂର୍ଣ୍ଣ ଗିରି ଶିଖରରେ ଥିବା ଭଵ୍ୟ ରାଧାମାଧବ ମନ୍ଦିର, ଯାତ୍ରୀ ଓ ଭକ୍ତ ମାନଙ୍କୁ ବାରମ୍ବାର ଆସିବା ପାଇଁ ଆକର୍ଷିତ କରିଥାଏ । ଚଳିତ ବର୍ଷ ୫୯ ବର୍ଷରେ ପଦାର୍ପଣ କରିଛି ଏହି ଯଜ୍ଞ ଅନୁଷ୍ଠାନ। ପାଞ୍ଚ ଦିନ ପାଇଁ ମହିଷାଲଣ୍ଡା ଗ୍ରାମରେ ତଥା ଅଞ୍ଚଳରେ ସୃଷ୍ଟି ହୁଏ ଭକ୍ତି ମୟ ପରିବେଶ । ୨୯ତାରିଖ ତଥା ମାଘ ଏକାଦଶୀ ତିଥିରେ ପୂର୍ଣ୍ଣାହୁତି ହେଉଥିବାରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ । ଲୋକ କଥା ଅନୁଯାୟୀ ଏଠାରେ ଥିବା ନିମ ଗଛ କୁ ଭକ୍ତିର ସହ କୁନ୍ଧାଇଲେ ଇଚ୍ଛା ପୁରଣ ହୋଇଥାଏ। ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କର ମାନସିକ ପୂର୍ଣ୍ଣ ହେଲାପରେ ଘିଅ, ନଡ଼ିଆ, ପାହାଚ ଗଢିବା ସହ ଶାଢ଼ୀର ପାହାଡ଼ ପକାଇ ଥାନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ