ବାର୍ଷିକ କ୍ରୀଡା ଉତ୍ସବରେ ୬ ଛାତ୍ରୀ ଅଚେତ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଆରଡ଼ି , ( ଆଲୋକ ଚନ୍ଦ୍ର ନାୟକ  ) : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋରୁଆ ପଞ୍ଚାୟତର କୋରୁଆ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବରେ ପୁଚି ଖେଳ ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ରୀଙ୍କ ମଧ୍ୟରୁ ୬ ଛାତ୍ରୀ ଅଚେତ ହୋଇ ପଡିଥିଲେ । ସମସ୍ତ ଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେଇଥିଲେ । ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି ଏବଂ ସମସ୍ତେ ସୁସ୍ଥ ଥିବା ପ୍ରଧାନ ଶିକ୍ଷକ ଉଦୟ ଦାସ କହିଛନ୍ତି । ଖବର ପାଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧି ଅଶୋକ ପୁହାଣ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ମୁଖ୍ୟ ଚିକିତ୍ସାଳୟକୁ ଯାଇ ଚିକିତ୍ସିତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥଲେ । ସମସ୍ତ ଶିଶୁଙ୍କ ସମେତ ପରିବାର ଲୋକଙ୍କୁ ଭେଟିଥିଲେ । ଯେଉଁ ପ୍ରତିଯୋଗୀତାରେ ବିପଦ ଅଛି ସେଭଳି ପ୍ରତିଯୋଗୀତା ନକରିବା ଉଚିତ ବୋଲି ଚିକିତ୍ସିତ ଅଭିଭାବକ ମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ