ରେମୁଣା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁସୂଚିତ ବସ୍ତି ଅଭିଯାନ କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଦିନ ରେମୁଣା ନିର୍ବାଚନ ମଣ୍ଡଳୀର କନକଦୁର୍ଗା ମଣ୍ଡଳର ମଣ୍ଡଳ ସଭାପତି ଗିରିଧାରୀ ଦାସ ଏବଂ ମଣିନାଗେଶ୍ଵର ମଣ୍ଡଳର ଶାସଙ୍ଗ ସମବାୟ ସମିତି ସଭାପତି ଶରତ କୁମାର ବାରିକଙ୍କ ନେତୃତ୍ବରେ ଅନୁସୂଚିତ ବସ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମେ କନକଦୁର୍ଗା ମଣ୍ଡଳର କାଠସଙ୍ଗଡା ବସ୍ତିର ୧୫୦ ରୁ ଉର୍ଦ୍ଧ ଲାଭାର୍ଥି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ରେମୁଣା ବ୍ଲକର ପୂର୍ବତନ ଚେୟାରମେନ ସୁଶାନ୍ତ ପଟ୍ଟନାୟକ,ମଙ୍ଗଳପୁରର ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡା, ଗୁଡୁଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବସନ୍ତ ପ୍ରଧାନ,ନିର୍ବାଚନ ମଣ୍ଡଳୀ ବିସ୍ତାରକ ବିଭୂତି ଭୂଷଣ ଚୌଧୁରୀ,ପଞ୍ଚାୟତ ସଭାପତି ଶଶିକାନ୍ତ ଗିରି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ସମସ୍ତେ ପ୍ରଥମେ ଧବଳେଶ୍ଵର ମହାଦେବ ମନ୍ଦିର ଦର୍ଶନ ପରେ ପ୍ରାୟ ୩୦ ରୁ ଅଧିକ ଘର ବୁଲିଥିଲେ। ଅପର ପକ୍ଷରେ ମଣିନାଗେଶ୍ଵର ମଣ୍ଡଳର ବେହେରା ସାହି ବସ୍ତିରେ ପ୍ରାୟ ୭୦ ରୁ ଉର୍ଦ୍ଧ ଲାଭାର୍ଥି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ନିର୍ବାଚନ ମଣ୍ଡଳୀ ବିସ୍ତାରକ ବିଭୂତି ଭୂଷଣ ଚୌଧୁରୀ,ଶାସଙ୍ଗ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ ଦ୍ବିବେଦୀ,ସମିତି ସଭ୍ୟ ସୁନି ସରେନ, ଶାସଙ୍ଗ ସମବାୟ ସମିତି ଡାଇରେକ୍ଟର କମଳାକାନ୍ତ ମଲିକ,କବିତା ମଲିକ, ପଞ୍ଚାୟତ ସଭାପତି ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ଶାସଙ୍ଗ ଜଗନ୍ନାଥ ମନ୍ଦିର ଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାର ଲାଭାନ୍ଵିତ ପ୍ରାୟ ୨୩ ରୁ ଉର୍ଦ୍ଧ ପରିବାର ବର୍ଗଙ୍କୁ ଭେଟିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ