ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କ ବିକାଶ ତୀର୍ଥ ସଂକଳ୍ପ ଯାତ୍ରା

ରେମୁଣା, (ସରୋଜ ପଣ୍ଡା):ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀ ରେ ରୟାଲକୁଇନ କଲ୍ୟାଣ ମଣ୍ଡପ ଠାରେ ମୋଦି ଜୀଙ୍କ ଗ୍ୟାରେଣ୍ଟି ଆମର ସଂକଳ୍ପ ବିକଶିତ ରାଷ୍ଟ୍ର ଭାରତ, ବିକାଶ ତୀର୍ଥ ସଂକଳ୍ପ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରେମୁଣା ର ନେତା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ନେତୃତ୍ୱରେ ହୋଇଯାଇଛି l ଉକ୍ତ ବୈଠକ ରେ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ରେମୁଣା ର କୋର କମିଟି ର ସଦସ୍ୟ ଗଣ, ପ୍ରତ୍ୟେକ ପଞ୍ଚାୟତ ର ପ୍ରମୁଖ /ସହ ପ୍ରମୁଖ, ପ୍ରଭାରୀ, ମଣ୍ଡଳ ର ୧୬ ଜଣିଆ କମିଟି ସଦସ୍ୟ/ସଦସ୍ୟା, ସମସ୍ତ ମୋର୍ଚା ସଭାପତି, ଜିଲ୍ଲା ଓ ରାଜ୍ୟ ର ପଦାଧିକାରୀ ଇତ୍ୟାଦି ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବାଘାଯତିନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସାହା ମଞ୍ଚଆହ୍ୱାନ, ଅତିଥି ପରିଚୟ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପର୍ଶୁରାମ ପରିଡ଼ା, ନିର୍ବାଚନ ମଣ୍ଡଳୀ ନେତା ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମେତୀ ଶୋଭନା ମାହାନ୍ତି ଇତ୍ୟାଡି ଅବିଭାଷଣ ରଖିଥିଲେ l ମୋଦି ଜୀଙ୍କ ବିକାଶତୀର୍ଥ ରଥ ୧.୧୨.୨୦୨୩ ରିଖରେ ବାଲେଶ୍ୱର ଜିଲ୍ଲା ପାଳ ଓ ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଆନୁଷ୍ଠନିକ ଭାବେ ଉଦଘାଟନ କରିଥିଲେ l ଏହାପରେ ଉକ୍ତ ରଥ ପ୍ରତ୍ୟେକ ପଞ୍ଚାୟତ ରେ ପହଂଚିବ l ଏବଂ ସଂଚାଳନ କମିଟି ମାଧ୍ୟମ ରେ ଘରକୁ ଘର କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଭାର୍ଥୀ ମାନଙ୍କର ସୁଚି କରିବା ଓ ବଞ୍ଚିତ ମାନଂକୁ ଚିନ୍ହଟ କରି ରାଜ୍ୟ ଓ ଜିଲ୍ଲା କୁ ପଠାଇବା ଇତ୍ୟାଦି କାର୍ଯ୍ୟ କୁ ତ୍ବରାଣୀତ୍ୱ କରିବା କୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ l ଶେଷରେ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଯୁକ୍ତ କାର୍ତ୍ତିକ ଚନ୍ଦ୍ର ଗିରି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ନିତୁନ କୁମାର ସାହା, ସୁବୋଧ ଚନ୍ଦ୍ର ପଣ୍ଡା, ନାରାୟଣ ମହନ୍ତ, ଉମାକାନ୍ତ ଜେନା ଇତ୍ୟାଦି ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ