ପଟାମିଳିବାରେ ବିଳମ୍ବ,ଗ୍ରାମବାସୀ ଆନ୍ଦୋଳନ ଚେତାଵନୀ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ସହରରେ ଦୀର୍ଘଦିନ ଧରି ପଟା ମିଳିବାରେ ବିଳମ୍ବ, ଓ ଆବେଦନ କାରୀଙ୍କୁ କାର୍ଯ୍ୟାଳୟ ରେ ଗୁରୁତ୍ୱ ଦିଆନଜୀବା  ଫଳରେ ଲାଗିରହିଥିବା ଅସନ୍ତୋଷ  ପଞ୍ଜିଭୁତ ହୋଇଛି, ଯାହାଫଳରେ  ପ୍ରତିବାଦ ସ୍ବରୂପ ଆଜି ଏକାଠି ହୋଇଛନ୍ତି , ଅଞ୍ଚଳ ବାସୀ । ତୁରନ୍ତ  ପଦକ୍ଷେପ ଗ୍ରହଣ କରାନାଗଲେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଆଜି  ବଡ଼ବଜାର ଜଗନ୍ନାଥ ମନ୍ଦିର ପରିସରରେ  ଅଞ୍ଚଳରମହିଳା ଓ ପୁରୁଷ ମାନେ  ଏକାଠି ହେବା ସହ  ପଟାଦେବାରେ ପ୍ରଶାସନ ର ବିଳମ୍ବ କୁନେ ଅସନ୍ତୋଷ ପ୍ରକାଶ ପାଇଥିଲା ଆସନ୍ତ ସୋମବାର ୨୩ ତାରିଖରେ ଗଞ୍ଜାମ ତହସିଲ ଅଫିସରେ ତହସିଲଦାର ଙ୍କ ସହ ଆଲୋଚନା କରାଯିବା ସହ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏହି ବୈଠକରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ,  ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ପୁର୍ବତନ ଅଧ୍ୟକ୍ଷ ବୃନ୍ଦାବନ ପଲେଇ, ବରିଷ୍ଠ ନାଗରିକ ବୃନ୍ଦାବନ ପଣ୍ଡା, ବାବାଜୀ ପଣ୍ଡା, ପତିତପାବନ ମହାପାତ୍ର, ଲଡୁକିଶୋର ମହାପାତ୍ର, ପୁର୍ବତନ ସାଂସଦ ପ୍ରତିନିଧି ସୁଧିର ପାଢ଼ୀ, ବିଜେପି ନଗର ସଭାପତି ସୁଦାମ ଜେନା,  ଯୁବ ସ୍ୱେଚ୍ଛାସେବୀ ପର୍ଶୁରାମ ପରିଡ଼ା, କାଶୀନାଥ ମହାଙ୍ଗୁଡ଼, ଭାଗିରଥି ନାୟକ, ବରିଷ୍ଠ ନାଗରିକ ଦେବେନ୍ଦ୍ର ପଣ୍ଡା,  ସୁରେନ୍ଦ୍ର ମହାରଣା, ବିଜେଡି ନେତା ସୁଦାମ ପଲେଇ, ପ୍ରମୁଖ ଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ ।  ଅନେଇ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ବିଧାୟକ ଙ୍କୁ ଲିଖିତ ଭାବେ ଜାଣିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ