ବାଲିଆ ଗ୍ରାମପଞ୍ଚାୟତରେ ବିଜେପିର ଘର ଘର ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ବୁଧବାର ସକାଳେ ରେମୁଣା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ନିଜ ପଞ୍ଚାୟତ ବାଲିଆରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ପଞ୍ଚାୟତ ସଭାପତି ବିନାୟକ ପଡ଼ିଆରୀ,ଉପସଭାପତି ରତିକାନ୍ତ ରାଉତ,ପ୍ରଭାରୀ ସଞ୍ଜୟ ପ୍ରଧାନ ଏବଂ ପଞ୍ଚାୟତର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ପ୍ରଚାରରେ ସାମିଲ ହୋଇଥିଲେ। ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ଏ ଅପାରଗ ସରକାର ଓଡ଼ିଶାର ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି।ଆଜି ଯାଏଁ ଏ ସରକାର ଓଡ଼ିଶାକୁ କେବଳ ଦୁର୍ନୀତି,ଭ୍ରଷ୍ଟାଚାର,ବେକାରୀ,ନାରୀଙ୍କୁ ଅସମ୍ମାନ,କେନ୍ଦ୍ର ଯୋଜନାର ବାଟମାରଣା,ଦଳୀୟ ଭିତ୍ତିରେ ହିତାଧିକାରୀଙ୍କୁ ଯୋଜନା ଭୁକ୍ତ କରିବା ,ଅଣ ଓଡିଆଙ୍କ ହାତରେ ଓଡ଼ିଶାର ଶାସନ ଭାର ,ସରକାରୀ ବାବୁଙ୍କ ମନଇଚ୍ଛା ଶାସନ,ଖଣି ଲୋଟ ପରି ଅନେକ ଘୋଟାଲା ମିଳିଛି। ଓଡ଼ିଶାର ଲୋକେ ସବୁ ବୁଝିସରିଲେନି। ଏଥର ପରିବର୍ତ୍ତନ ଦରକାର। ଏଣୁ ଦୁଇଥର ପଦ୍ମ ଫୁଲକୁ ଆଶୀର୍ବାଦ କରି ଏଥର ଓଡ଼ିଶାରେ ବିଜେପି ସରକାର କରିବା ସହ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଆଶୀର୍ବାଦ କରିବା ପାଇଁ ସମସ୍ତେ ଅନୁରୋଧ କରିଥିଲେ। ଓଡ଼ିଶାରେ ବିଜେପି ସରକାର ହେଲେ ଓଡ଼ିଆ ପୁଅ ମାନେ ଦାଦନ ଖଟିବା ପାଇଁ ନଯାଇ ଓଡ଼ିଶାରେ କାମ କରିବେ, ଓଡ଼ିଶାରେ ନୂତନ ଶିଳ୍ପ ମାନ ପ୍ରତିଷ୍ଠା କରାଯିବ,ମହିଳା ମାନଙ୍କୁ ଉଚିତ ସମ୍ମାନ ମିଳିବ,ଓଡ଼ିଶା ବିକାଶ ପଥରେ ଆଗେଇବ।ଏଥିପାଇଁ ଆପଣ ମାନଙ୍କ ଆଶୀର୍ବାଦ ଏକାନ୍ତ କାମ୍ୟ ବୋଲି କାର୍ଯ୍ୟକର୍ତ୍ତା ଲୋକଙ୍କୁ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ