ଯୁକ୍ତ ଦୁଇରେ ସଫଳତା

ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ମୁଣ୍ଡମରାଈ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ର ସଫଳତା ପାଇଁ ଅଞ୍ଚଳ ରେ ପ୍ରଶଂସିତ ହୋଇଛି। ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ଏଠାକାର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପାଇଁ ସଫଳତା ଆଣିଛନ୍ତି। ବିଜ୍ଞାନ ବିଭାଗ ରେ ଛାତ୍ର ପବିତ୍ର ପ୍ରଧାନ ମୋଟ ୬୦୦ ମାର୍କ ମଧ୍ୟ ରୁ ୫୨୮ ରଖିଥିବା ବେଳେ କଳାବିଭାଗ ରେ ଛାତ୍ରୀ ପୂଜା ସାହୁ ୫୦୪ ମାର୍କ ରଖି ଧରାକୋଟ ବ୍ଲକ ରେ ସର୍ବୋଚ ସ୍ଥାନ ରେ ରହିଛନ୍ତି। ବିଜ୍ଞାନ ବିଭାଗ ରେ ମୋଟ ୭୬ ଜଣଙ୍କ ମଧ୍ୟ ରୁ ୫୭ ଜଣ ପାସ ହୋଇଥିବା ବେଳେ ସେମାନଙ୍କ ମଧ୍ୟ ରୁ ୨୫ ଜଣ ପ୍ରଥମ ଶ୍ରେଣୀ ୧୫ ଜଣ ଦ୍ଵିତୀୟ ଶ୍ରେଣୀ ରେ ଏବଂ ୧୭ ଜଣ ତୃତୀୟ ଶ୍ରେଣୀ ରେ ପାସ କରିଛନ୍ତି। ସେହିପରି କଳା ବିଭାଗ ରେ ମୋଟ ୨୩୮ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟ ରୁ ୨୦୩ ଜଣ ପାସ କରିଛନ୍ତି। ସେମାନଙ୍କ ମଧ୍ୟ ରୁ ପ୍ରଥମ ଶ୍ରେଣୀ ରେ ୫୭, ୪୬ ଦ୍ଵିତୀୟ ଶ୍ରେଣୀ ରେ ୧୦୦ ଜଣତୃତୀୟ ଶ୍ରେଣୀ ରେ ପାସ କରିଛନ୍ତି। ସମସ୍ତ କୃତିତ୍ଵ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟାଳୟ ଅଧକ୍ଷ୍ୟ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଶୁଭେଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ