ନବୀନଙ୍କୁ କବିତା ଉପହାର ଦେଲେ ପ୍ରତ୍ୟୁଷ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଚାରି କୋଟି ଓଡିଆଙ୍କ ହୃଦୟ ସ୍ପନ୍ଦନ,ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୁବ କବି ତଥା ସମାଜସେବୀ ପ୍ରତ୍ୟୁଷ ଭଞ୍ଜ ତାଙ୍କ ବାସଭବନ ନବୀନ ନିବାସରେ ସାକ୍ଷାତକରି କିଛି ମୂହୁର୍ତ୍ତ ଆଲୋଚନା କରି ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କ ସ୍ବରଚିତ କବିତା ହୃଦୟ ସମ୍ରାଟ ନବୀନ ପ୍ରଦାନ କରି ଆର୍ଶୀବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ତାଙ୍କ ସହ କଥା ହୋଇ ଲେଖିଥିବା କବିତା ଗ୍ରହଣ କରିଥିବାରୁ ପ୍ରତ୍ୟୁଷ ବେଶ୍ ଉତ୍ସାହିତ ଏବଂ ଆନନ୍ଦିତ ଅନୁଭବ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟୁଷଙ୍କ କବିତାକୁ ସାଦର ଗ୍ରହଣ କରିବା ସହ ତାଙ୍କୁ ଧନ୍ୟବାଦ ଦେବା ସହ ଖୁସିରେ ରହୁ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ